ତଥାପି ସ୍ଵାଧୀନ ଆମେ
ତଥାପି ସ୍ଵାଧୀନ ଆମେ
1 min
379
ମାଟି ଭାଗ ହୁଏ ଜାତି ଜାତି ପାଇଁ,
ଧର୍ମ ପାଇଁ ହୁଏ ଲଢ଼େଇ,
ମଣିଷର ଧର୍ମ ମଣିଷପଣିଆ,
କେହି ତ ବୁଝନ୍ତି ନାହିଁ ।
ନବବଧୂ ଜଳେ ଯଉତୁକ ପାଇଁ,
ଭିକ ମାଗେ ବୁଢ଼ା ବାପ,
ଋଣଭାର ବୋହି ଚାଷୀ କରେ ଏଠି,
ଆତ୍ମହତ୍ୟା ପରି ପାପ ।
ଚରମ ସୀମାରେ ନାରୀ ନିର୍ଯାତନା,
ଡରି ଡରି ଜିଏଁ ନାରୀ,
ମଣିଷ ଖୁମ୍ପଇ ମଣିଷର ଦେହ,
ଶାଗୁଣା ବିଲୁଆ ପରି ।
ପାଠୁଆ ହାତରେ ମଦର ବୋତଲ,
ଅପାଠୁଆ ହାତେ ଶାସନ,
ଟଙ୍କା ଦେଖି ଏଠି ଚାକିରୀ ମିଳଇ,
ହତାଶ ଶିକ୍ଷିତ ଜନ ।
ଭ୍ରଷ୍ଟାଚାର ବୋଝେ ଛାଡୁଅଛି ରଡ଼ି,
ଶୁଣି କି ପାରୁନ କିଆଁ,
ଲୁହ ଲହୁ ହୋଇ ଡହଳ ବିକଳେ,
କାନ୍ଦେ ମୋ ଭାରତ ମା ।
