ଅତୀତ ଏମିତି ଏକ ସ୍ମୃତିଟିଏ
ଅତୀତ ଏମିତି ଏକ ସ୍ମୃତିଟିଏ
1 min
196
ଅତୀତ ଏମିତି ଏକ ସ୍ମୃତିଟିଏ
କେବେ କଲମର ମୁନରୁ ଲୁହ ହୋଇ ଝରେ
କେବେ କାଗଜର ଦେହରେ କାଳି ହୋଇ ମରେ ।
କେବେ ଅସରନ୍ତି ସ୍ୱପ୍ନ ହୋଇ ଆଖି ତଳେ ବସେ
କେବେ ଯନ୍ତ୍ରଣାର କୋହ ହୋଇ ହୃଦୟରେ ଭାଷେ ।
ଅତୀତ ଏମିତି ଏକ ସ୍ମୃତିଟିଏ
କେବେ ନିଛାଟିଆ ରାସ୍ତାର ମରୀଚିକା ସାଥୀ
କେବେ କଳଙ୍କିତ ଜହ୍ନ ସାଥେ ଅସରନ୍ତି ରାତି ।
କେବେ ମନ୍ଦିରର ପାହାଚରେ ଦୀପ ହୋଇ ଜଲେ
କେବେ ଦୂର ବଣେ ଅସ୍ତ ହୋଇ ସଞ୍ଜ ପରି ଢଳେ ।
ଅତୀତ ଏମିତି ଏକ ସ୍ମୃତିଟିଏ
କେବେ ଓଠ ତଳ ହସ ହୋଇ ଅଧରେ ଚମକେ
କେବେ ମନ ତଳେ କୋହ ହୋଇ ହୃଦରେ ବହକେ ।
କେବେ ମେଘ ହୋଇ ଆକାଶରେ ଛାଇ ଦେଇଯାଏ
କେବେ ପୁଣି ନିଆଁ ହୋଇ ମନକୁ ଜଳାଏ ।
ଅତୀତ ଏମିତି ଏକ ସ୍ମୃତିଟିଏ
ଅତୀତ ଏମିତି ଏକ ସ୍ମୃତିଟିଏ ।।
