STORYMIRROR

Bubun Biswal

Others

3  

Bubun Biswal

Others

ପ୍ରେମ

ପ୍ରେମ

1 min
132

ଆଖି ବୁଜି ଦେଲେ ତୁମ ପ୍ରତିଛବି

ନାଚି ଯାଏ ଦୁଇ ନୟନେ 

ମନେପଡ ତୁମେ ପ୍ରତିଟି ମୁହୂର୍ତ୍ତେ

ଆସ ପୁଣି ନିତି ସପନେ ।


ଚୁପି ଚୁପି ଆସି ହୃଦୟ ସହରେ

ଯେବେଠୁ କରିଲ ଘର 

ଏ ପୃଥିବୀ ଲାଗେ ନୁଆଁ ନୂଆଁ ମତେ

ସୁନ୍ଦରଠୁ ଅତି ସୁନ୍ଦର ।


ଏ କେମିତି ଋତୁ ଭଲ ପାଇବାର

ସୁମଧୁର ଲାଗେ ଜୀବନ 

ରହିଅଛ ତୁମେ ମୋ ଛାତି ଭିତରେ

ରହିଥିବ ସବୁ ଦିନ ।



Rate this content
Log in