STORYMIRROR

Bubun Biswal

Others

3  

Bubun Biswal

Others

ଫଗୁଣ ଆସିଛି

ଫଗୁଣ ଆସିଛି

1 min
146

ଫଗୁଣ ରଙ୍ଗରେ ରଙ୍ଗେଇ ଦେବି,

ଦିଅ ଥରେ ମୋତେ ଦେଖା,

କେଉଁଠି ଲୁଚିଛ ହେ ବାନ୍ଧବୀ ମୋର,

ତୁମ ବିନା ସବୁ ଫିକା ।


ଇନ୍ଦ୍ରଧନୁ ଠାରୁ ସାତ ରଙ୍ଗ ଆଣି,

ତୁମ ବାଟ ଅଛି ଚାହିଁ,

ଫଗୁଣର ଏଇ ରଙ୍ଗୀନ ଋତୁରେ,

ତୁମକୁ ବୋଳିବା ପାଇଁ ।


ସାତ ଜନ୍ମ ପାଇଁ ଅପେକ୍ଷା କରିବି,

ଅପେକ୍ଷାର ଅନ୍ତ ନାହିଁ,

ଫଗୁଣ ଆସିଛି ଶ୍ରାବଣ ବି ଆସେ,

ସେମିତି ରହିବି ଚାହିଁ ।।


Rate this content
Log in