ଖାଲି ଅନ୍ଧାର!
ଖାଲି ଅନ୍ଧାର!


ସଳିତା ପରି ଜଳୁଛି ମୁଁ
ଜୀବନ ପ୍ରଦୀପ ରେ
ମୁଁ ବୁଝି ପାରିଛି
ବଂଚିବାର ରହସ୍ୟ
ମୁଁ ଜାଣିନି କୋଉଠୁ
ଆରମ୍ଭ ଓ ଶେଷ
ଚାରିଆଡେ ଖାଲି ମିଛ
ପ୍ରତାରଣା ର ସ୍ମିତହାସ୍ୟ
ମୋ ଦିନ ଆଉ ରାତି ତୁମର
ଚତୁର୍ପାଶ୍ୱ ରେ ଖାଁ ଖାଁ
ତୁମର ସ୍ୱର ଓ ଶବ୍ଦ ଏଇଠି ସେଇଠି
ତୁମ ସ୍ପର୍ଶ ବିନା ମୁଁ ଅଧୁରା
ମନେ ହୁଏ ଜୀବନ ଟା ଖାଲି ଅନ୍ଧାର ତୁମବିନା ।