STORYMIRROR

Himalini Hota

Classics Inspirational

3  

Himalini Hota

Classics Inspirational

ପ୍ରଭୂ ହେ

ପ୍ରଭୂ ହେ

1 min
156

ଆହେ ପ୍ରଭୂ ଦୀନବନ୍ଧୁ ଭାବ ମୟ ହରି

ଏତିକି ମିନତୀ ମୋର

ଶୁଣିବା ହେଉ ମୋ ଗୁହାରୀ ।

ପ୍ରଭୁ ହେ ତୁମ ଉପରେ ବିଶ୍ବାସ ରଖି

ଆଜି ଯାଏଁ ବାଟ ଚାଲିଛି ।

ଦୁଃଖ ହେଉ ଅବା ସୁଖ ,

ସବୁ ମଥା ପାତି ସହି ଯାଇଛି ।

କିନ୍ତୁ ଆଜି କାହିଁ ମୋ ମନ ମାନୁ ନାହିଁ 

ଭରସା ବି ପାଉ ନାହିଁ ,

ତୁମ ହାତ ଯେ ମୋ ମୁଣ୍ଡ ଉପରେ ଅଛି ।

ଆଉ କେତେ ଦୁଃଖ ଦେବ ପ୍ରଭୂ

କେତେ ଧର୍ଯ୍ୟ ର ପରୀକ୍ଷା ବି ନେବ ।

ମୁଁ ଯଦି ତୁମ ନଜର ରେ ଦୋଷୀ

ପାରୁନି ତୁମର ମନ କୁ ତୋଷି ।

ତେବେ ତୁମେ ମତେ ଦଣ୍ଡ ଦିଅ।

କିନ୍ତୁ ସେ ନିରୀହ କୁ ଛାଡି ଦିଅ।

ମୋ ଜୀଵନ ର ସବୁଖୁସୀ ନେଇ

ତା ଜୀବନ ସଜାଡି ଦିଅ।

ସେ ତ ନିରୀହ ପିଲା ଟା

ଦୁନିଆ କୁ କେତେ ଅବା ଦେଖିଛି ବା ସିଏ,

କାହିଁକି ତା ଜୀବନରେ ଏତେ ଦୁଃଖ ଭରିଦେଲ ପ୍ରଭୂ

କି ଦୋଷ କରିଥିଲା ସିଏ ।

ଯଦି ଦେବାକୁ ଭାବୁଛ କିଛି ଦଣ୍ଡ 

ଦେଇ ଦିଅ ମତେ ତା ଭାଗ ର 

ସବୁ କଷ୍ଟ , ଦୁଃଖ,ଯନ୍ତ୍ରଣା

ମୁଁ ହସି ହସି ମଥା ପାତି ସହିଯିବି ,

କିନ୍ତୁ ତା ଦୁଃଖ ଆଉ ଦେଖି ସହି ନ ପାରିବି

ଆଉ କିଛି ଆଶା ନାହିଁ ପ୍ରଭୂ 

ଧନ ମାଗୁ ନାହିଁ ଜନ ମାଗୁ ନାହିଁ

ଏତିକି ମାଗୁଣି ମୋର ତଵ ପ୍ରଣିପାତେ।

ହେ ପ୍ରଭୂ ଚକା ଆଖି 

ତୁମେ କି ପାରୁନ ମୋ ଦୁଃଖ କୁ ଦେଖି

ରତ୍ନ ବେଦୀ ପରେ ଥାଇ

ଆଡ଼ ଆଖିରେ ଟିକେ ଚାହିଦିଅ ଥରେ,

ତୁମ କୃପା ବାରିଧାରା ରୁ କlଣିଚାଏ ପାଇ

ତା ଚଲାପଥ କୁସୁମିତ ହେଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics