STORYMIRROR

Himalini Hota

Children

2  

Himalini Hota

Children

ଶିଶୁ ଗୀତ

ଶିଶୁ ଗୀତ

1 min
79

ଥିଲା ଏକ ଠେକୁଆ

ନା ଟି ତାର ନଟିଆ

        ଦେହ ଟି ତାର ଗରମ

         ତୁଳା ପରି ନରମ।

ହଂସ ଠାରୁ ଧୋବଲl

ବୁଲୁଥିଲା ଏକଲା 

         ଭାରି ଦୁଷ୍ଟ ସିଏ ଟି

         କଥା ନ ମାନେ କାହାର ଟି।

କେଳା ବଡ଼ କଂସେଇ

ଫାସେ ଦେଲା ବସେଇ

         ଦେଲା ନେଇ ଝିଅକୁ

         ବେଗେ କାଟି ଏହାକୁ।

କହେ ଆକୁ ବନାଇ

ଜିରା ଲଙ୍କା ଗୋଳାଇ

         ଦେଇ ଲୁଣ ହଳଦୀ

          ତୁଣ କର ଜଳଦି।

ଝିଅ ମନ ତୁଟିଲା 

ଆଖି ଲୁହ ଛୁଟିଲା

         ଛାଡି ଦେଲା ପଦାରେ

         କିଆ ବାଡ଼ ବୁଦାରେ।

ଠେକୁଆ ଦେଲା ଚଲ 

କେଳା ଝିଅ ଟି ଭଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children