ପରମାନନ୍ଦ
ପରମାନନ୍ଦ
ସଂସାର ରୁ ଯେତେ ସୁଖ ହୁଏ ଭୋଗ
ସେସବୁ ନୁହଁଇ ସ୍ଥାୟୀ,
ବିଭୁ ପ୍ରେମ ରସେ ଯିଏ ମଜ୍ଜି ବସେ
ପରମାନନ୍ଦ ଲଭଇ l
ସଂସାରୀ ମଣିଷ ଆନନ୍ଦ ଖୋଜଇ
ସଂସାର ସୁଖକୁ ଭୋଗୀ,
ପ୍ରଭୁଙ୍କଚିନ୍ତନେ ନାମ ଜପ ଧ୍ୟାନେ
ଆନନ୍ଦ ଖୋଜଇ ଯୋଗୀ l
ଐହିକ ସମ୍ପଦ ତୁଚ୍ଛ ହୋଇଯାଏ
ପରମାନନ୍ଦ କୁ ଲଭି,
ବାହ୍ୟ ଚେତନାରୁ ମୁକ୍ତ ହୋଇଯାଏ
ବିଭୁ ପ୍ରେମ ରସେ ଦ୍ରବି l
ସବୁଠି ଦେଖଇ ବିଭୁଙ୍କର ରୂପ
ସବୁତ ବିଭୁଙ୍କ ଦାନ,
ସଭିଙ୍କ ଭିତରେ ପ୍ରକାଶିତ ପ୍ରଭୁ
ନାହିଁ କିଛି ଭିନ୍ନା ଭିନ୍ନ l
ଦୁଃଖ ଦୂର କରି ଯଦି ବା କାହାର
ମୁଖରେ ଫୁଟାଅ ହସ,
ହୃଦୟ କୁ ମିଳେ ପରମଆନନ୍ଦ
ଖୁସି ହୋନ୍ତି ଜଗଦୀଶ l
ସଚ୍ଚିଦାନନ୍ଦଙ୍କ ଦରଶନ ଆଉ
କୃପାଯେହୁ ପାଇଥାଏ,
ଅନନ୍ୟ ମଣିଷ ସେ ମହାପୁରୁଷ
ପରମାନନ୍ଦ କୁ ପାଏ ll
