ଶିଶୁ
ଶିଶୁ


ହେ ମୋର ନିଷ୍ପାପ ପ୍ରିୟ ଶିଶୁଗଣ,
ସରଳ,ଅବୋଧ ଅଟେ ତୁମ ମନ ।
ଈଶ୍ବରଙ୍କ ଭଳି ସରଳ ହୃଦୟ,
ଅଟଇ ତୁମର ସ୍ୱଭାବ ବିନୟ ।
ଆଜି ସିନା ତୁମେ ଅଛ ଛୋଟ ହୋଇ,
ବଡ ହେବ ସ୍ନେହ ମମତା ଯେ ପାଇ ।
ମୁଖରୁ ଝରାଅ ମଧୁୁୁର ସଙ୍ଗୀତ,
ଚତୁର୍ଦିଗ ହେଇଯାଉ ଗୁଞ୍ଜରିତ ।
ଜାଗ୍ରତ ହୁଅ ହେ ପ୍ରିିୟ ଶିଶୁଗଣ,
ବିଚ୍ଛୁରିିିତ କର ଜ୍ଞାନର କିିରଣ ।
ତୁମ ଜ୍ଞାନାଲୋକ ପରିିିବ୍ୟାପ୍ତ ହେଉ,
ଅଜ୍ଞାନ ଅନ୍ଧକାର ଦୂରେଇ ଯାଉ ।
ତୁମେ ଯେବେ ହେବ ଅଗ୍ରଣୀ ପାଠୁଆ,
ଦେଶ ବି ହୋଇବ ନିଶ୍ଚୟ ଆଗୁୁୁଆ ।
ନିଃସ୍ୱାର୍ଥ ପ୍ରେମର ବାର୍ତ୍ତା ବାଣ୍ଟିଦିିିଅ,
ସାହସର ମଞ୍ଜି ହୃଦେ ବୁଣି ଯାଅ ।
ତୁମେ ଏ ଦେଶର ଅଟ ମଥାମଣୀ,
ଏଦେଶ ମାଟିିର ଯେ ମଉଡମଣୀ ।
ଭାରତ ମାଆଁର ପାଇକ ସାଜିବ,
ଦେଶ ମାତୃକାର ସୁରକ୍ଷା କରିବ ।
ଗଢିଦେବ ଯେ ଗୋଟେ ସୁନାର ଦେଶ,
ସର୍ବଦା ଆଣିିିବ ଯେ ମାଟିର ଯଶ ।
ଦେଶର ହୋଇବ ଯେ ସୁନାଗରିକ,
ପାଲଟିବ ତୁମେ ଅଜେୟ ସୈନିକ ।