STORYMIRROR

Ajita Mishra

Inspirational

3  

Ajita Mishra

Inspirational

ମହାନଦୀ

ମହାନଦୀ

1 min
249

ଲୁଚି ଗଲା ମହାନଦୀ 

ଅଜ୍ଞାତ ବାସରେ

ଶ୍ରାବଣ ଆସିଛି

ଧରଣୀ ବୁକୁରେ

ଜଳର ଧାରାକୁ ସାଇତିରଖ

ସାଇତିରଖ 

ଇବ୍ ର ପଣତରେ ଲହୁ ଲୁହ ଢାଳି

ମତ୍ସ୍ୟଜୀବୀ କହେ

ପେଟକୁ ମୋ ଦେଖ ....

ବର୍ଷା ଆସିଛି ପରା

ତୁମେ ତାକୁ

ସାଇତି ରଖ ସାଇତି ରଖ

ନିରୀହ ଆଖିରେ ଚଷାପୁଅ

ମହାନଦୀ ତୀରେ

ମୁଠାଏ ଚାଉଳଧରି

ସ୍ୱପ୍ନ ଦେଖେ ଭରିବାକୁ

ଉତ୍କଳର ଭାତହାଣ୍ଡି

ଆକୁଳେ କ୍ରନ୍ଦନ କରି

ନେହୁରା ସେ ହୁଏ

ବର୍ଷା ଆସିଛି 

ତାକୁ ତୁମେ ସାଇତି ରଖ 

ସାଇତି ରଖ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational