STORYMIRROR

Amita Dash

Inspirational

3  

Amita Dash

Inspirational

ଗୋଲାପ

ଗୋଲାପ

1 min
178


ପଙ୍କରୁ ପଦ୍ମ, ମାଟି ଗୋବରରୁ ମୋ ବଗିଚାର ଗୋଲାପ କଢି।

ହେ ମୋ ଗୋଲାପ ପରୀ, କଣ୍ଟକିତ ବୃକ୍ଷେ ହସୁଥାଉ ପାଖୁଡ଼ା ମେଲି।

ରଙ୍ଗର ସମ୍ଭାର ନେଇ ସକାଳର ସୁନେଲି କିରଣେ

କି ସୁନ୍ଦର ଦିଶେ ଗୋଲାପ ବଗିଚା ଭିତରେ ମୋ ସୁନ୍ଦରିଆ ଘରଟି।

ହରେକ ପ୍ରକାର ରଙ୍ଗ ବେରଙ୍ଗ ପରଜାପତି ଏ ଫୁଲରୁ ସେ ଫୁଲ ଉଡ଼ି ବୁଲନ୍ତି।

ଗୁଣୁଗୁଣୁ ଗୁଞ୍ଜରଣେ ମୋ ବଗିଚା ଶୋଭା ବଢାନ୍ତି।

ହେ ମୋ ଗୋଲାପ ପରୀ, କଣ୍ଟକିତ ଝୁଲଣରେ ଝୁଲୁଥାଉ ନେଇ ଅପରୂପ ସୌନ୍ଦର୍ଯ୍ୟର ପରିପାଟୀ।

ଏଇ ବାରତା ଦେଉ ଜୀବନର ଚଲାପଥ ଦୁର୍ଗମ ଭାରି।

ଆଜି କଣ୍ଟକିତ ପଥକୁ ଡେଇଁଲେ ଗୋଲାପ ପରି କୋମଳ ସ୍ପର୍ଶର ଅନୁଭବ ପାଇବୁ କାଲି।

ଘଡ଼ିଏ ଗୋଲାପ ବଗିଚାରେ ବସି ପଡିଲେ ମିଳେ ଅପୂର୍ବ ଶିହରଣ ଆଉ ଅହେତୁକ ଶାନ୍ତି।

ହେ ଗୋଲାପ ପରୀ,ମୋ ଅଗଣାରେ ବିରାଜମାନ କରିଥା ନିତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational