STORYMIRROR

Bishwanath Sethi

Inspirational

3  

Bishwanath Sethi

Inspirational

ନାରୀ

ନାରୀ

1 min
192

ଶୁଣ ଶୁଣ ଶୁଣ ଆହେ ନାରୀ ଗଣ,

କଥାଏ କହୁଛି ମନ ଦେଇ ଶୁଣ ।


ସୃଷ୍ଟିର ଅଟଇ ଆଦି ଶକ୍ତି ତୁମେ,

ତୁମେ ରହିଅଛ କେତେ ରୂପେ ନାମେ ।


କେବେ ଜାୟା ରୂପେ କେବେ ତ ଭଗିନୀ,

କେବେ ପୁଣି ତୁମେ ସାଜଇ ଜନନୀ ।


କେବେ ଧର ପୁଣି କାଳୀ,ଦୁର୍ଗା ରୂପ,

ସ୍ନେହମୟୀ ରୂପେ ଦିଶ ଅପରୂପ ।


ସବୁ ରୂପେ ତୁମ ରହିଛି ଦକ୍ଷତା,

ପ୍ରତି କ୍ଷତ୍ରେ ଦେଖାଇପାର କ୍ଷମତା ।


ସ୍ନେହ ମମତାର ମୂୂର୍ତ୍ତିଟିଏ ଅଟ,

ସ୍ନେହ ବନ୍ଧନରେ ତୁମେ ଛଟପଟ ।


ତୁମେ ଆଉ ନୁହେଁ ଅବଲା ଦୁର୍ବଳା,

ପ୍ରତିକ୍ଷେତ୍ରେ ଆଜିି ତୁମେ ବି ସବଳା ।


ସମୟ ଆସିଛି ଜାଗିିଉଠ ନାରୀ,

ସାହସ ଦେଖାଅ ତୁମ ଛାତି ଚିରି ।


ଅନ୍ୟାୟ,ଅଧର୍ମ, ନାଶ ଅବିଲମ୍ବେ,

ରଣକ୍ଷେତ୍ର ଛାଡି ଯାଅ ନାହିଁ କେବେ।


ସବୁ କ୍ଷେତ୍ରେ ତୁମେ ବିଜୟୀ ହୋଇବ,

ବିଜୟ କେତନ ନିଶ୍ଚେ ଉଡାଇବ ।


     


Rate this content
Log in

Similar oriya poem from Inspirational