ନାରୀ
ନାରୀ
ନାରୀ ତୁମେ ଜାଗ ମାଗ ତୁମ ଭାଗ
ଲୁଚାଇବ କେତେ କୋହ
ଚୁଲିର ଧୂଆଁରେ ବିଷର୍ଣ୍ଣ ମୁହଁରେ
କେତେ ଯେ ରହିବ କୁହ ॥
ଝରକା ବାହାରେ ସମାଜ ଆଗରେ
କର କିଛି ନିଜ ପାଇଁ
ଜୀବନ ଯୁଦ୍ଧରେ ଏ ଭବ ସଂସାରେ
ଡରିବାର କିଛି ନାହିଁ ॥
ଇନ୍ଦିରା, ପ୍ରତିଭା ବିତରିଲେ ଶୋଭା
କରିଲେ ପୁରୁଷ କାମ
କେତେ ପୁଣି ନାରୀ ଦେଶ ସେବା କରି
ରଚିଛନ୍ତି ନିଜ ନାମ ॥
ଗଗନ ସାଗର ନାହିଁ ତୁମ ପର
ଡାକୁଛନ୍ତି ହାତ ଠାରି
ଉଡିବ ତା ଦେହେ ବୁଡିବ ତାଦେହେ
ସତେକି ପୁରୁଷ ପରି ॥
ଭୟର ଜାଲକୁ କାଟିବାକୁ ହେବ
ସାହସର ଚାକୁ ଧାରେ
ନାରୀ ତୁମେ ଦୂର୍ଗା ମହିଷା ମର୍ଦ୍ଧିନୀ
ଅତୀତକୁ ଚାହଁ ଥରେ ॥