STORYMIRROR

Suneet Kumar Gouda

Others

2  

Suneet Kumar Gouda

Others

ଗାନ୍ଧୀଜୀ ଆସ ଦେଖିବ ଆସ

ଗାନ୍ଧୀଜୀ ଆସ ଦେଖିବ ଆସ

1 min
98

କରମ ତୁମ ଧରମ ଅଟେ

ତୁମେ ସତ୍ୟ,ଅହିଂସାର ଦାସ

ଚାନ୍ଦ ପରି ଶୀତଳ ତୁମେ

ଆହା କି ସରଳ ବେସ


ଅଣ୍ଟାରେ ଘଡି, ହାତରେ ବାଡି

ନଥିଲା ଟିକେଭି କ୍ଲେଶ

ସତ୍ୟ ଅହିଂସାର ମନ୍ତ୍ର ଫୁଙ୍କି

କରିଲ ସଭିଙ୍କୁ ବଶ


ଖଟି ଖାଇ କାଟି ପିନ୍ଧ

ଥିଲା ତୁମ ଉପଦେଶ

କହିବା ଆଗରୁ କରଯେ

ତୁମେ ସେ ମୋହନ ଦାସ


ଦାଣ୍ଡିରୁ ଦକ୍ଷିଣ ଆଫ୍ରିକା

ଚାରିଆଡେ ତୁମ ଯଶ

ସ୍ଵାଧୀନତାର ସ୍ଵାଦ ଚଖାଇ

ମୁଖେ ଫୁଟାଇଲ ହସ


ଛାତିରେ ତୁମ ବାଜିଲା ଗୁଳି

ଛାଡିଲ ଶେଷ ନିଶ୍ଵାସ

ସପନ ତୁମ ଅଧୁରା ହେଲା

କାନ୍ଧୁଛି ଭାରତ ବର୍ଷ


ନାରୀ ନିର୍ଯ୍ୟାତନା ପଶୁ ହତ୍ୟା ଏଠି

ଦିନ ବରଷ ମାସ

ଭୁଦାନ ବଦଳେ ଶୋଷଣ ଚାଲିଛି

ଚାଷୀ ଯେ ପିଉଛି ବିଷ


ଲାଞ୍ଚ ନେଇ ବାବୁ ଅଫିସରେ

 ମେଣ୍ଟାନ୍ତି ଲୋଭର ଶୋଷ

ତୁମର ଫଟୋକୁ ଆଗରେ ରଖି

କରନ୍ତି କେତେ ଯେ ଦୋଷ


ସଭିଙ୍କୁ ଗ୍ରାସିଛି ଆଜି ଏଠି

ଦୁର୍ନୀତି ରୂପକ ରାକ୍ଷସ

କ୍ଷୀର ତ ପାଟିକୁ ରୁଚେନା

ପିଅନ୍ତି ସଭିଏଁ ସୋମରସ


ଗାନ୍ଧୀଜୀ ଆସ ଦେଖିବ ଆସ

କିଆ ବ କରୁଛି କିସ

ସୁନାର ଦେଶ ଚୂନା ହେଲାଣି

ଡାକୁଛି ଭାରତ ବର୍ଷ

ତୁମକୁ ଡାକୁଛି ଭାରତ ବର୍ଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍