STORYMIRROR

Suneet Kumar Gouda

Abstract

2  

Suneet Kumar Gouda

Abstract

ଦରଜି ଖୋଜ

ଦରଜି ଖୋଜ

1 min
132

ଛିଣ୍ଡିଯାଇଛି ଆଜି ସମ୍ପର୍କର ଖିଅ

ଅପବାଦର ଚାକୁ ଧାରରେ

ଖୋଜାପଡିଛି ସେଇ ଦରଜିକୁ

ଯିଏ ଯୋଡିବ ପୁଣି ସେଇ ଖିଅକୁ


ଚିରିଯାଇଛି ଆଜି ଅତ୍ମୀୟତା

ସ୍ୱାର୍ଥ ରୁପକ କଣ୍ଟାରେ

ଖୋଜାପଡିଛି ସେଇ ଦରଜିକୁ

ଯିଏ ସଜାଡ଼ିବ ପୁଣି ଆତ୍ମୀୟତାକୁ


ଫାଟିଯାଇଛି ଏଠି ବନ୍ଧନ

ଅତୀତର ରାଗ ରୁଷାରେ

ଖୋଜାପଡିଛି ସେଇ ଦରଜିକୁ

ଯିଏ ସିଲାଇବ ପୁଣି ବନ୍ଧନକୁ


ଭାଙ୍ଗପଡିଛି ଆଜି ସ୍ନେହ ଓ ମମତା

ଆଧୁନିକତାର ଚାପରେ

ଖୋଜାପଡିଛି ସେଇ ଦରଜିକୁ

ଯିଏ ସମତଳ କରିବ ସେଇ ଭାଙ୍ଗକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract