ଦରଜି ଖୋଜ
ଦରଜି ଖୋଜ
ଛିଣ୍ଡିଯାଇଛି ଆଜି ସମ୍ପର୍କର ଖିଅ
ଅପବାଦର ଚାକୁ ଧାରରେ
ଖୋଜାପଡିଛି ସେଇ ଦରଜିକୁ
ଯିଏ ଯୋଡିବ ପୁଣି ସେଇ ଖିଅକୁ
ଚିରିଯାଇଛି ଆଜି ଅତ୍ମୀୟତା
ସ୍ୱାର୍ଥ ରୁପକ କଣ୍ଟାରେ
ଖୋଜାପଡିଛି ସେଇ ଦରଜିକୁ
ଯିଏ ସଜାଡ଼ିବ ପୁଣି ଆତ୍ମୀୟତାକୁ
ଫାଟିଯାଇଛି ଏଠି ବନ୍ଧନ
ଅତୀତର ରାଗ ରୁଷାରେ
ଖୋଜାପଡିଛି ସେଇ ଦରଜିକୁ
ଯିଏ ସିଲାଇବ ପୁଣି ବନ୍ଧନକୁ
ଭାଙ୍ଗପଡିଛି ଆଜି ସ୍ନେହ ଓ ମମତା
ଆଧୁନିକତାର ଚାପରେ
ଖୋଜାପଡିଛି ସେଇ ଦରଜିକୁ
ଯିଏ ସମତଳ କରିବ ସେଇ ଭାଙ୍ଗକୁ
