ଚିତ୍ରକର ମୋ ଜୀବନର
ଚିତ୍ରକର ମୋ ଜୀବନର
ମା ତୁମେ ଚିତ୍ରକର
ସାଜି ଆଙ୍କିଦେଲ
ମୋ ହୃଦୟ କାନଭାସ୍ ରେ
ଜୀବନ ଜିଂଇବାର ଛବି ।
ଛିଞ୍ଚିଦେଲ ନାନା ରଙ୍ଗ
ଠିକ୍ ଭୁଲ୍ ର ରଙ୍ଗ
ଭଲ ମନ୍ଦର ରଙ୍ଗ
ଗୁଣ ଅଗୁଣର ରଙ୍ଗ
ପାପ ପୁଣ୍ୟର ରଙ୍ଗ
କିଛି ରଙ୍ଗ ଆଜି ହୋଇଛି ଫିକା
ପରିସ୍ଥିତିର ଧୂଳିରେ
ପୋଛିବ କିଏ
ନେଶିବ କିଏ ?
ଚିତ୍ରକର ତ ଆଜି ନିଜେ
ଚିତ୍ର ହୋଇ ଝୁଲିରହିଛି
ଘର କାନ୍ଥରେ ।