Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suneet Kumar Gouda

Inspirational

4.3  

Suneet Kumar Gouda

Inspirational

ଏଇ ତ ସମ୍ପର୍କ

ଏଇ ତ ସମ୍ପର୍କ

1 min
376



କଳା ମେଘ ଦେଖି  ନାଚଇ ମୟୂର

    ପିଂଛକୁ ତାହାର ମେଲାଇ

ଏଇ ତ ସମ୍ପର୍କ    ମେଘ,ମୟୂରର

    ଦୁନିଆକୁ ଦିଏ ଦେଖାଇ ।।


କୁହୁ କୁହୁ ହୋଇ   ବସନ୍ତ ଋତୁରେ

    କୋଇଲି ଯେ ଗୀତ ଗାଏ

ଏଇ ତ ସମ୍ପର୍କ  କୋଇଲି,ବସନ୍ତର

    ଚତୁର୍ଦିଗ ଶୋଭାପାଏ ।।


ବରଷା ମାସେ  ଧରଣୀ ପାଶେ

    ବେଙ୍ଗ ଛାଡଇ ରଡି 

ଏଇ ତ ସମ୍ପର୍କ  ବରଷା,ବେଙ୍ଗର

    ଆହକି ସୁନ୍ଦର ଯୋଡି ।।


ଶବରୀ ହାତରୁ ଖାଇଲେ କୋଳି

    ପ୍ରଭୁ ଶ୍ରୀ ପୁରୁଷୋତ୍ତମ

ଏଇ ତ ସମ୍ପର୍କ  ଶ୍ରୀରାମ,ଶବରୀର

    ପୁରାଣେ ତାହାର ନାମ ।।


ଶିଶୁ କାନ୍ଦିଲେ  ମା ଜାଣିପାରେ

    ତାହାର ଅନ୍ତର କଥା

ଏଇ ତ ସମ୍ପର୍କ  ମା,ଶିଶୁର

    ଦୁନିଆ ଗାଏ ଗାଥା ।।


Rate this content
Log in

Similar oriya poem from Inspirational