STORYMIRROR

Lalit kumar Swain

Inspirational

3  

Lalit kumar Swain

Inspirational

ପଥର କରିଦିଅ ମତେ

ପଥର କରିଦିଅ ମତେ

1 min
241


ଲଳିତ ସୁମନ ଅତି ମନୋରମ

କୋମଳ କାୟା ତାହାର

ମନ୍ଦିର ଶ୍ମଶାନ ସବୁଠି ସମାନ

ଶ୍ରଦ୍ଧାରେ ଲଭେ ଆଦର।

ଆୟୁଷ ଦିନକେ ଶେଷ ହୁଏ ନିଶ୍ଚେ

ହେଉ ଯେତେ ମନଲୋଭା

ହେବାକୁ ଚାହେଁନା ଫୁଲଟିଏ ହୋଇ

ଦିନକେ ବିନଷ୍ଟ ଆଭା।

ପଥରଟେ ମତେ କରିଦିଅ ପ୍ରଭୁ

ନଥିବ ମଳିନ ଭୟ

ବୈଶାଖ ଝାଞ୍ଜିରେ ଶୀତ କାକରରେ

ହୋଇ ରହିବି ଅଜୟ।

ହେବି ଚଲା ପଥ, ମୋ ଉପରେ ପାଦ

ପଡିବ ଅନେକ ଲୋକ

ଗୃହ କାର୍ଯ୍ୟ ଲାଗି, ଶ୍ରଦ୍ଧାରେ ସାଇତି

ରଖିବି ଜୀବନ ଯାକ।

ଦୁଃଖୀ ହେବି ନାହିଁ ତୁଠରେ ରହିଲେ

ଗୋଡ ଘଷି ଦେଲେ କେହି

ମସୃଣ ହୋଇବ କାୟାଟି ମୋହର

ଅହଂଭାବ ଥିବ ନାହିଁ।

କେବେ ଯଦି କେଉଁ ବିନ୍ଧାଣୀ ହାତର

ପାଇବି ନିହଣ ସ୍ପର୍ଶ

ମୂର୍ତ୍ତିଟିଏ ହୋଇ ନିଶ୍ଚୟ ପାଇବି

ପୂଜା ବରଷ ବରଷ

କେତେ ଫୁଲ ଆସି ଲାଗି ହେବ ମତେ

ହିସାବ ନଥିବ କାହିଁ

ସକାଳକୁ ଫୁଟି ସଞ୍ଜକୁ ମଉଳା

ଡର ମୋ ରହିବ ନାହିଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational