STORYMIRROR

Amita Dash

Inspirational

3  

Amita Dash

Inspirational

କବିତା ଆଳାପସମ୍ବୋଧନ ମୂଳକ କବିତା

କବିତା ଆଳାପସମ୍ବୋଧନ ମୂଳକ କବିତା

1 min
256


ନଈରେ ନାଉରୀ, ମନ୍ଦିରେ ପୂଜାରୀ।

ଘଣ୍ଟ ଘଣ୍ଟା ବାଜୁଥାଏ କୁଦ ଆରପାରି।

ନାଉରୀ ଭାଇ ନାଆ ଟିକେ ବାହିନେ ଝଅଟି କରି।

ଝିଅ ମୋହରି ମାଆର ଦର୍ଶନ ସାରି ଶାଶୁଘର ଚାଲିଯିବ ବେଗି ବେଗି

ନଈରେ ଭରା ପାଣି, କୂଳ ଲଙ୍ଘୁଅଛି ଏପାରି,ସେପାରି।

ପବନର ଗତି ଅନୁକୂଳ ଅଛି, ନଈ ପାର ପାଇଁ ଅସୁବିଧା ନାହିଁ।

ନଈରେ ବୁଡ଼ ପକେଇ ଝିଅ ମୋର ପୂଜିବ ମାଆଙ୍କୁ ଭକ୍ତି , ନୈବେଦ୍ୟ ଦେଇ।

ହେ ନଈ ମାଆ ମୋର, ବରଷକ ବାରମାସ ସାହା ହୋଇଥିବୁ ଆମ ନାଉରିଆ ପୁଅ ପାଇଁ।

ପେଟକୁ ଦୁଇଓଳି ଦାନାମିଳୁ ,

ହେ ମାଆ ନଈ ତୁ ମହାମାୟୀ।

କେତେ ଝଡ଼ ବର୍ଷା ଦିନରେ ସାହା ହୋଇଛୁ ପଣତ ମେଲାଇ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational