STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ନବବର୍ଷ

ନବବର୍ଷ

1 min
259


ହେ ଚିର ଆଦରଣୀୟ ନବବର୍ଷ!

ତୁମେ କଣ ଭରି ପାରିବ ହରଷ???

ସଦ୍ୟ ସନ୍ତାନହରା ଅଭାଗିନୀ ଜନନୀ ମୁଖରେ

ଆସନ୍ନ ମୃତ୍ୟୁର ପ୍ରତୀକ୍ଷାମାଣ ରୋଗୀର ମୁଖରେ

ମୁଦ୍ରାସ୍ଫୀତି ସହ ଯୁଝୁଥିବା ମେହନତି ଅଭାବୀ ମୁଖରେ

ବିପର୍ଯ୍ୟସ୍ତ ଅର୍ଥନୀତିରେ କ୍ଷତିଗ୍ରସ୍ତ ମଧ୍ୟବିତ୍ତର ମୁଖରେ

ଶୋଷିତ ପ୍ରତାରିତ ଅବହେଳିତ ଜନତା ମୁଖରେ

ଭୂଲୁଣ୍ଠିତ ବାସ୍ତୁହରା ସର୍ବହରା ମଣିଷ ମୁଖରେ

ଭିଟାମାଟିରୁ ବିତାଡ଼ିତ ନିରୀହ ଶରଣାର୍ଥୀର ମୁଖରେ

ସନ୍ତ୍ରାସ ଜର୍ଜରିତ ନିଷ୍ପାପ କଅଁଳ ଶିଶୁର ମୁଖରେ

ନିଠୁର ଛଳନାରେ ଦଗ୍ଧୀଭୂତ ଉଦ୍ଧାମ ତରୁଣ ମୁଖରେ

ସର୍ବସ୍ୱ ହରାଇଥିବା ସୁକୁମାରୀ ଲଳନା ମୁଖରେ....

ଯଦି ତୁମେ ନେବ ମାନି ମୋର ସବୁତକ ସର୍ତ୍ତ

ଯୋଡ଼ ହସ୍ତେ ସସ୍ମିତ ବଦନେ କରିବି ତୁମର ସ୍ଵାଗତ!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational