ତୁମେ ଅଛ ବୋଲି...
ତୁମେ ଅଛ ବୋଲି...
ତୁମେ ଅଛ ବୋଲି ଶରଗ ଚାନ୍ଦକୁ
ହାତ ପାପୁଲିରେ ଧରେ ,
କଣ୍ଟକିତ ପଥେ ଅନାୟାସରେ ମୁଁ
ଯାତାୟତ କରିପାରେ ।
ମରୁ ମରୀଚିକା ନିଦାଘର ଝାଞ୍ଜି
ଅବା ମଉସୁମୀ ଛୁଆଁ ,
ତୁମେ ଅଛ ବୋଲି ଜାଣି ମୁଁ ପାରେନା
କିଏ ପାଣି କିଏ ନିଆଁ ।
ସୁବିଶାଳ ଧରା ପର୍ବତ କାନନ
ଟିକି ଝରଣାର ନାଦ ,
ଆମଦିତ କରେ ଆହତ ମନକୁ
ଭୁଲି ଯାଏ ଅବସାଦ ।
ଦୁଃଖ ଶୋକ ରୋଗ ସବୁର ନିଦାନ
ତୁମେ ପାଶେ ଅଛି ପରା ,
ଜୀବ ଦେହେ ପୁଣି ଅଛ ନିରନ୍ତର
ବ୍ୟାପି ଏ ଜଗତ ସାରା ।
ତୁମେ ଅଛ ବୋଲି କରି ନାହିଁ କେବେ
କାହା ଆଗେ ଅଭିଯୋଗ ,
ମାଗି ନାହିଁ କେବେ କାହା ପାଦ ଛୁଇଁ
ରାଜ ମହଲର ଭୋଗ ।
