ଟିକି ଶିଶୁ ଟିଏ ମୁହିଁ
ଟିକି ଶିଶୁ ଟିଏ ମୁହିଁ
ଫୁଲ ଟିଏ ପରି କୋମଳମତି ମୁଁ
ଚେହେରା ମୋ ତେଜମୟ ,
ଜ୍ଞାନ ବୁଦ୍ଧିବଳେ କରିବାକୁ ଇଚ୍ଛା
ସବୁରି ହୃଦୟ ଜୟ ।
କେତେ ଆଶାା ନେଇ ଆସିଛି ଏ ଧରା
ସପନ ମୋ ଅସୁମାରୀ ,
ବଡ଼ ହୋଇ କାଲି ଦେଶ ଜାତି ଲାଗି
ଯିବି ମୁଁ କରମ କରି ।
ଅନ୍ଧାରକୁ ଚିରି ଆଲୋକ ହେବି ମୁଁ
ଲକ୍ଷ ଜନଙ୍କ ପାଇଁ ,
ଦୁଃଖି ଅରକ୍ଷିତ ସେବା ମନୋଭାବ
ଦେଉଥିବ ମୋତେ ସାଇଁ ।
ଗୁରୁଜନ ସଦା ଈଶ୍ୱର ଅଟନ୍ତି
ମାନିିିବି ତାଙ୍କରି କଥା ,
ଅନ୍ୟାୟ ଆଗରେ ହାରିବିନି କେବେ
ନୁୁୁଆଁଇବି ନାହିଁ ମଥା ।
ସରଗର ସୁଖ ମରତେ ଆଣିବି
ସୁଧା ଝରୁଥିବ ଯହିଁ ,
ଭାବନା ଯେ ମୋର ସତେ କେଡ଼େ ବଡ଼
ଟିକି ଶିଶୁ ଟିଏ ମୁହିଁ ।
