ବିଜନତା
ବିଜନତା
ସହରର ଶୁନ୍ ଶାନ୍ ରାସ୍ତାଟିଏ ମୁଁ
ଠିକଣା ମୋ ଜଣାନାହିଁ ,
କେଉଁଠୁ ଆସିଛି କେଉଁ ଆଡ଼େ ଯିବି
ଅବା ଅଟକିବି ପୁଣି କାହିଁ ।
କେତେ ଲୋକ ଆସି ଯାଇଛନ୍ତି ଫେରି
ମୋତେ ଚାହାଁନ୍ତିନି କେହି ,
ଖଣ୍ଡିଆ ଖାବରା ଫୁଙ୍ଗୁଳା ଶରୀରେ
କ'ଣ ମିଳିବ ଯେ ଏହି ।
ଚାରିଆଡ଼େ ଆଜି ରୋଷଣୀ ମାଳାରେ
ଆଲୁଅ ପଡ଼ୁଛି ଝରି ,
ତଥାପି କେଜାଣି ଜୀବନଟା ମୋର
ଅନ୍ଧାରେ ଯାଉଛି ଭରି ।
କେତେ ନ ଶୁଣିିିଛି ଲାଞ୍ଛନା ସମାଜୁ
କାହାର କୁକର୍ମ ପାଇଁ ।
ମୁଣ୍ଡ ପାତି ପୁଣି ସହେ ଅପବାଦ
ପ୍ରତିବାଦ କରି ନାହିଁ ।
ହେଲେ ଏ ସମାଜ ମୋତେ ଦୋଷ ଦେଇ
କି ଅବା ଲାଭ ସେ ପାଏ ,
ବଞ୍ଚିବା, ସୁରକ୍ଷା ସବୁ ଅଧିକାର
ମୋ ଠୁ ଛଡେଇ ନିିିଏ ।
ସେଥି ଲାଗି ଏଇ ବିଜନତା ଆଜି
ଚିର ସହଚର ମୋର ,
ସୁଖ ଦୁଃଖ ସବୁ କଷ୍ଟ ବାଣ୍ଟିବାକୁ
ସିଏ ଏକା ଆପଣାର ।