STORYMIRROR

Mrutyunjay Mahakud

Others

4  

Mrutyunjay Mahakud

Others

ଆହ୍ବାନ

ଆହ୍ବାନ

1 min
283

  ଜାଗି ଉଠ ଆଜି ହେ !ବୀର ପାଇକ ଶଙ୍କା ଜଡତା ନାସି ,   

ଡାକିଲାଣି ଏଇ ଉତ୍କଳ ଜନନୀ ଅସଂଖ୍ୟ ଉତ୍କଳବାସୀ ।

   ପୁଣି ଥରେ ଶୁଭୁ ରଣହୁଙ୍କାର ଉଠୁ ରଣ ଶିଙ୍ଗା ବାଜି ,

   ଧରି ତରବାରୀ ଆସ ଅବତରୀ ଲଢୁଆ ପାଇକ ସାଜି ।

          ରକ୍ତରଞ୍ଜିତ ରଣ ପ୍ରାଙ୍ଗଣେ ,

 ବୀରତ୍ୱର ଗାଥା ବଖାଣି ଯାଅ ହେ !ସୁପ୍ତ ମାନବ କାନେ ।(୦୧)

   

ଥର ହର ହେଉ ଶତୃ ଶିବିର ଭାଙ୍ଗି ଯାଉ ଅହମିକା , 

ତୁମ ରକ୍ତରେ ଭିଜି ଲିଭି ଯାଉ ଆଜି ଅନ୍ୟାୟ ଅନଳ ଶିଖା ।

   ମାଓ ସନ୍ତ୍ରାସ ଆତଙ୍କର ଭୟ ମନୁ ଯାଉ ଅପସରି ,

   ସମ୍ମାନ ଲଭୁ ମର୍ଯ୍ୟାଦା ପାଉ ମାତୃ ରୂପିଣୀ ନାରୀ ।

        ଯେତେ ଲୁଣ୍ଠନ ଯେତେ ଧର୍ଷଣ ,

  ସମାଜର ଏହି ମୁକ୍ତି ମଣ୍ଡପେ ହେଉ ତା'ର ସମାଧାନ ।(୦୨)

 

 ଜୀବନର ଏହି ଯଜ୍ଞକୁଣ୍ଡରେ ସ୍ୱାର୍ଥକୁ ଆହୁତି ଦେଇ ,

ଉନ୍ନତି ପଥରେ ଆଗେଇ ଚାଲ ହେ ! ମୈତ୍ରୀର ଗୀତ ଗାଇ ।

 ନବୀନ ପ୍ରଭାତେ ନବୀନ ଆଲୋକେ ଶାନ୍ତି କପୋତ ଉଡୁ ,

 ହୃଦୟରେ ସତ୍ୟ ବିରାଜିତ ହୋଇ ମାୟାର ବନ୍ଧନ ଛିଣ୍ଡୁ ।

         ଶ୍ରମ ଚଞ୍ଚଳ ହେଉ ଏ ମାନବ ,

  ଦୂର ହେଇ ଯାଉ ଦୁଃଖ ଅବସାଦ ଆସୁ କ୍ରାନ୍ତି ଅଭିନବ ।(୦୩)

 

ପୁଣି ଆଉଥରେ ଅମର ଅକ୍ଷରେ ଲେଖ ତୁମେ ଇତିହାସ ,

   ବିଶ୍ୱ ଦୁଆରେ ଉତ୍କଳ ମାତାର ରଖିଦିଅ ପୁଣି ଯଶ ।

   କାଳ ରାତ୍ରୀର ଦୁଃସ୍ୱପନ ପରି ଭୁଲି ଯାଇ ଅଭିମାନ , 

ହୃତ ଗୌରବ ଫେରାଇ ଆଣ ହେ ! ଦେଇ ତବ ମନ ପ୍ରାଣ ।

        ଫର ଫର ଉଡୁ ବିଜୟ କେତନ ,

 ଆସ ବୀରଗଣ ହୁଅ ଏକ ମନ କରୁଛି ଏ ମାଟି ଆହ୍ୱାନ ।(୦୪)

          

  

  

 



Rate this content
Log in