STORYMIRROR

Mrutyunjay Mahakud

Abstract Romance Others

3  

Mrutyunjay Mahakud

Abstract Romance Others

ପ୍ରେମ ପୁଲକ

ପ୍ରେମ ପୁଲକ

1 min
202

     ପ୍ରେମ ପୁଲକରେ      ପୁଲକିତ ଆଜି

            ତନୁ ମନ ଅବୟବ ,

     ଜୀବନ ଫୁଲର      ପ୍ରତି ପାଖୁଡ଼ାରେ

           ନିଆରା ସେ ଅନୁଭବ ।

     ତୁମ ସେ ନୟନ     ନିହାଣ ଆଘାତେ

            ଆହତ ହୁଏ ମୁଁ ନିିିତି ,

     ତଥାପି ତୁମର       କଳା ଯାଦୁକରୀ

            ଭୁଲିବି ଗୋ କେମିତି ?

     ସାଗର ବେଳାର     ସାମୁକାଟେ ପରି

           ଲାଜେଇ ହେଲେବି ତୁମେ ,

     ତୁମ ପ୍ରୀତି ଭରା      ଉର୍ମୀ ମାଳାରେ

           ମତୁଆଲା ହୋଇ ଝୁମେ ।

     ବିନା ଫଗୁଣର       ଚଇତାଳି ତୁମେ

            କୋଇଲିର ମଧୁ ଗୀତି ,

     ତୁମକୁ ଦେଖିିିଲା    ପରେ ଗୋ ପ୍ରୀୟସି

            ବଦଳି ଯାଇଛି ଗତି ।

           


Rate this content
Log in

Similar oriya poem from Abstract