STORYMIRROR

Mrutyunjay Mahakud

Romance Tragedy

3  

Mrutyunjay Mahakud

Romance Tragedy

ମରୁଭୂମି

ମରୁଭୂମି

1 min
204

 ଜୀବନଟା ମୋର    ଥିଲା ରଙ୍ଗହୀନ

         ମରୁଭୂମି ଚୋରାବାଲି ,

    ତୁମେ ତ ଆସିଲ    ଆଷାଢ଼କୁ ନେଇ

         ଚାତକଟିଏ ମୁଁ ଥିଲି ।


    ପ୍ରେମର ଫଗୁଣ   ଦେଲ ମୋତେ ଆଣି

        ଦେଲ ଜୀଇଁବାର ରାହା ,

    ଏତେ ଖୁସି ଆଜି   ଦେଇଛ ଗୋ ପ୍ରିୟା

         ଅପହଞ୍ଚ ଥିଲା ଯାହା ।


    ଭରା ନିଦାଘରେ    ଜଳି ଥିଲା ଦେହ

         ଜଳି ଥିଲା ପୁଣି ମନ ,

    ତୁମେ ଆସି ପ୍ରିୟା  ଛୁଇଁ ଦେଲା ପରେ

         ପାଇଗଲି ଯଉବନ ।


    ମରିବାକୁ ଆଉ     ଇଚ୍ଛା ତ ହେଉନି

        ତୁମକୁ ପାଇଲା ପରେ ,

    ଫୁଲ ପରି ତୁମେ    ସତେଜ ସୁନ୍ଦର

         ରହିଥିବ ହୃଦୟରେ ।


Rate this content
Log in

Similar oriya poem from Romance