ଗୋଲାପୀ ଚିଠି
ଗୋଲାପୀ ଚିଠି
ପହିଲି ପ୍ରେମର ପ୍ରଥମ ସନ୍ତକ
ତୁମର ଗୋଲାପୀ ଚିଠି ,
ଆଜି ବି ରଖିଛି ଖୋଲି ମୁଁ ପଢୁଛି
ଜଳି ବରୋହରେ ଏଠି ।
ଏଡିିକି ସୁନ୍ଦର ତୁୁମ ସେ ଅକ୍ଷର
ମଧୁ ଝରା ତୁମ ପ୍ରେମ ,
କେଜାଣି କାହାର ଲାଗିଲା ନଜର
ବିଧି ହେଲା ଆଜି ବାମ ।
ଡ଼ାକ ବାଲା ଆସି ଘଣ୍ଟି ବାଜାଇଲେ
ଧାଉଁଛି ପାଖକୁ ତା'ର ,
ପଚାରୁଛି ଯାଇ ଚିଠି ଖଣ୍ଡେ ଭାଇ
ଦେଇଛି କି ପ୍ରିୟା ମୋର ।
ତୁମେ ଗଲାପରେ ମନ ତ ଲାଗୁନି
କେଉଁଠି ବି ଆଜି କାଲି ,
ସବୁ ଖାଁ...ଖାଁ... ଲାଗୁଛିରେ ପ୍ରିୟା
ଜୀବନବି ଚରା ବାଲି ।
ଲୁହର ଶ୍ରାବଣ ରୋକି ତ ହୁଏନା
ଝରି ଯାଏ ଆଖି ଧାରେ ,
କେମିତି ଜୀଉଁଛି ତୁମ ବିନା ସାଥି
ଦେଖି ଯାଅ ଆସି ଥରେ ।

