ପ୍ରିୟତମା
ପ୍ରିୟତମା
1 min
243
ତୁମେ ମୋ ଜୀବନ ଅନ୍ଧାରି ମୁଲକେ
ଦୀପ୍ତିମୟୀ ଦୀପ ଶିଖା ,
ପ୍ରଣୟର ନୂଆ ଫର୍ଦ୍ଦ ଯୋଡ଼ି ଦେଲ
ତୁମେ ଯେବେ ହେଲ ଦେଖା ।
ଏକା ଚାଲୁୁୁଥିଲି ପଛରୁ ଡାକିଲ
ପ୍ରେମ ପରିଚୟ ଦେଇ ,
ଭରା ନିିିଦାଘରେ ଥକି ପଡ଼ିଥିଲି
ଦେଲ ପଣତର ଛାଇ ।
ଏଡେ ବଡ଼ ଏଇ ଦୁନିଆଁ ବୁକୁରେ
ସାଜିଲ ମୋ ପ୍ରିୟତମା ,
ଆସୁ ଯେତେ ଝଡ଼ ଝଞ୍ଜା କି ବିପତ୍ତି
ପର କରିବନି ଜମା ।