ମାଆ
ମାଆ
ମାଆ ବୋଲି ଥରେ ଡ଼ାକି ଦେଲେ ମୋର
ଦୁଃଖ ସବୁ ଯାଏ ସରି ,
ପରବତ ସମ ଝଡ଼ ବିପତ୍ତି ବି
ତୋ ଆଗେ ଯାଏ ଲୋ ଟଳି ।
ମମତାର ତୁହି ଜୀବନ୍ତ ପ୍ରତିମା
ସେନେହର ସୁଧା ଝର ,
ଚାରି ଧାମ ପୂଣ୍ୟ ମିଳିଯାଏ ପରା
ଛୁଇଁ ଦେଲେ ପାଦ ତୋର ।
ଆଖି ଧାରେ ଲୁହ ଜକେଇ ଆସିଲେ
ପଣତରେ ପୋଛି ଦେଉ ,
ନିଜ କଥା ଭୁଲି ଅଳି ସବୁ ସହି
ଶୁଭ ତୁ ମନାସୁ ଥାଉ ।
ନିଦ ନ ଆସିଲେ ତୋହରି କୋଳରେ
ଶୁଣେଇଛୁ କେତେ ଲରୀ ,
ମାଟି ସିଲେଟରେ &n
bsp; ମା' ଲେଖି ତୁହି
ଶିଖେଇଛୁ ହାତ ଧରି ।
ହାତ ପାପୁଲିରେ ଶରଗ ଚାନ୍ଦକୁ
ତୋଳି ଆଣି ଦେଉ ପରା ,
ଖରା କି ବରଷା ଶୀତ କି କାକର
ସାହା ତୋ ପଣତ ଚିରା ।
ନିଜ ପେଟ କାଟି ଖାଇବା ଦେଇଛୁ
ଓପାସ ରହିଛୁ କେତେ ,
ରାତି ସାରା ପୁଣି ଉଜାଗର ରହି
ରୋଗ ଭଲ କରୁ ଯେତେ ।
କୋଟି ଜନମର ପୂଣ୍ୟ ଫଳ ଆଜି
ପାଇଛି ତୋ କୋଳେ ମାଆ ,
ତୋର ସ୍ନେହାଶିଷ ରହି ଥାଉ ସଦା
ଚଳୁ ମୋ ଜୀବନ ନାଆ ।