STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

କବିତା -=- ଦେହ -=-

କବିତା -=- ଦେହ -=-

1 min
211


ଲହୁ ଆଉ ଲୁହ 

ସାଥେ ସମ୍ପର୍କ ରଖି 

ଏ ମାଂସ ପିଣ୍ଡୁଳାର ଦେହ, 

ଚଳାଏ ଜୀବନ ପ୍ରବାହ 

ଛାତିରେ ଉଠି କୋହ 

ହୁଏ ତାର ଦାହ। 

ହୃଦୟେ ଜାଗିଲେ ମୋହ 

ଆଖିରୁ ଝରେ ଲୁହ,

ଦେହ ତା ଭିତରେ ରଖି 

ଗୁଡାଏ କଥାର ଚାପ 

ମନକୁ ଗୋଳମାଳ କରେ 

ଦିନରାତି ଅହରହ।

କାମନାର ଜ୍ଵାଳାରେ ଜଳେ 

ଦେହର ସର୍ବାଙ୍ଗ 

ସମ୍ଭାଳି ପାରେନା ତାର ଭୋକ, 

ଇନ୍ଦ୍ରିୟମାନେ ହୋଇ 

ଲଗାମ ଛଡା 

ଚାହାଁନ୍ତି ଯିଏ ଯାହାର 

ଖାଦ୍ୟ ପାନୀୟ ପୋଷାକ। 

ସଂସାର ସବୁ ସମ୍ପର୍କ

ଏ ଦେହକୁ ନେଇ 

ହୁଏ ସନ୍ତୁଳିତ, 

ସଂଘର୍ଷ କରେ ତାକୁ 

କରିବାକୁ ନିୟନ୍ତ୍ରିତ। 

ଦେହର ଆକର୍ଷଣ ବିକର୍ଷଣ 

ଯୌନ ଜୀବନକୁ 

କରେ ମାତ୍ରାଧିକ ପ୍ରଭାବିତ,

ମିଳନେ ଆନନ୍ଦ ଉଲ୍ଲାସ 

ବିଚ୍ଛେଦରେ ପାଏ ଆଘାତ। 

ଛଳନା ପ୍ରତାରଣା 

କରେ ବିବଶ, 

ହରାଏ ଭରସା ବିଶ୍ଵାସ। 

ଇନ୍ଦ୍ରିୟକୁ କରି ସଂଯତ  

ହେଲେ ପରିଚାଳିତ, 

ସୁସ୍ଥ ମାନସିକତାରେ 

ଦେହ ରହେ ଶାନ୍ତ।

  











ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational