STORYMIRROR

Kalyani Nanda

Inspirational

3  

Kalyani Nanda

Inspirational

ଯୁଗ ପ୍ରବର୍ତ୍ତକ

ଯୁଗ ପ୍ରବର୍ତ୍ତକ

1 min
159


ଯୌବନର ଉଦ୍ଦାମତା,ଅନ୍ତରେ ସୃଜନର କ୍ଷମତା,

ଧମନୀରେ ପ୍ରବାହିତ ତପ୍ତ ଲାଭା ସମ ରୁଧିର ଧାର,

ହେ ତରୁଣ, ତୁମେ ହିଁ ତ ଏ ଦେଶର ଆଲୋକ ଧାରା,

ହେ ମନୁଜ,ସମ୍ମୁଖେ ତବ ପ୍ରଗତିର ପଥ ଅଛି ବହୁଦୂର।


ହୃଦୟେ ବିଶ୍ବାସ ଭରି ମେଲି ଦିଅ ତୁମ ସ୍ବପ୍ନର ଡେଣା,

ମନେ ନେଇ ଦୁର୍ବାର ଇଚ୍ଛା, ଆଶାର ଆକାଶେ ଉଡିଚାଲ,

କ୍ରାନ୍ତିର ମଶାଲ ନେଇ ଦେଖାଇ ଦିଅ ସାହସର ପରାକାଷ୍ଠା,

ଉତ୍ତାଳ ଲହରୀ ତୁମେ, ହାତ ଠାରି ଡାକେ ତୁମ ଲକ୍ଷ୍ୟ ପଥ।


ଯୁବଶକ୍ତିର ତୁମେ କର୍ଣ୍ଣଧାର, ତୁମେ ଦୃଢ଼ତାର ପରିଭାଷା,

ଯୌବନର ଆଭାରେ ହେ ତରୁଣ,ତୁମେ ରୁଦ୍ଧିମନ୍ତ, ଦୀପ୍ତିମନ୍ତ, 

ଅସହାୟ ଜନତାର, ନିଷ୍ପେସିତା ନାରୀର, ତୁମେ ହିଁ ରକ୍ଷାକର୍ତ୍ତା,

ତୁମେ ହିଁ ତ ଯୁଗ ପ୍ରବର୍ତ୍ତକ, ପ୍ରବର୍ତ୍ତନ ହିଁ ହେଉ ତୁମ ଏକାନ୍ତ ଲକ୍ଷ୍ୟ।


  #ପ୍ରଥମ ମହାସପ୍ତାହ, ଉଦବୋଧନ କବିତା

                    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational