STORYMIRROR

Bishnupriya Panda

Children Stories

3  

Bishnupriya Panda

Children Stories

ପେନସିଲର ଭ୍ରମ j

ପେନସିଲର ଭ୍ରମ j

1 min
178


ପେନସି୍ଲ କହୁଛି ଦିନେ

ରବରକୁ ଚାହିଁ

ମୋତେ କିଆଁ ଭଲ ପାଉନାହଁ

ତୁମେ ଭାଇ l

ମୁହିଁ ତମେ ତୁମର କିଛି

କ୍ଷତି କରିନାହିଁ

କାହିଁକି ମୋ ଲେଖା ତୁମେ

ଦେଉଛ ଲିଭାଇ l

ରବର କୁହଇ ମୋତେ

ଭୁଲ ନବୁଝିବ

ତୁମ ଉପକାରେ ମୁହିଁ

କରେ କାମ ସର୍ବ l

ତୁମର ଭୁଲ କୁ ମୁହିଁ

ଲୁଚାଇବା ପାଇଁ

ଲୋକ ଲୋଚନ କୁ କେବେ

 ଆଣି ନଦିଅଇ l

ପିତା ମାତା ଯେଉଁପରି

ଛlଟ ମାରିମାରି

ଭୁଲ ସୁଧାରି ପିଲାଙ୍କୁ

କୀର୍ତ୍ତିମାନ କରି l

ପୁତ୍ର ପରି ସ୍ନେହ ମୁହିଁ

ତୁମକୁ କରୁଛି

ବଡ଼ଭାଇ ପରି ଭୁଲ

ସୁଧାରି ଦେଉଛିl

ନରାଗ ନରାଗ ଭାଇ

ମୋହର ଉପର

ସର୍ବଦା ତୁମକୁ ସାହା

ହୁଅନ୍ତୁ ଇଶ୍ୱର



Rate this content
Log in