ସ୍ନିଗ୍ଧ ପ୍ରଭାତ
ସ୍ନିଗ୍ଧ ପ୍ରଭାତ
ନିଦ୍ରାତେଜି ବାବୁ ଉଠରେ
ଏତ ସ୍ନିଗ୍ଧ ପ୍ରଭାତ
ଆନନ୍ଦ ଆବେଗେ ପକ୍ଷୀଏ
କରୁଛନ୍ତି ସ୍ୱାଗତ ।
ସୂର୍ଯ୍ୟ ଦେବ ହାତ ଲମ୍ବାଇ
ଦ୍ୟନ୍ତି କୋମଳ ।
ଲୋକ, ଖାଦ୍ୟପ୍ରାଣ ବାଣ୍ଟନ୍ତି
ସ୍ନେହରେ ହୋଇ ପ୍ରୀତ ।
ମଧୁର ଆବେଗେ ପବନ
କରଇ କୋଳାଗ୍ରତ
ଭବନା ଟକେ ଅଭିନୟ
ପାଇଁ ତୁମେ ପ୍ରେରିତ ।
ଅମ୍ଳଜାନ ପୁଣି ବାଣ୍ଟନ୍ତି
ବ୍ରୁକ୍ଷେ ହୋଇ ତତ୍ପର
ନିଶ୍ୱାସ, ପ୍ରଶ୍ୱାସେ ବ୍ୟାଘାତ
ସବୁ ହୋଇବ ଦୂର ।
ପୁଷ୍ପ ବାଟିକା ରେ ପୁଷ୍ପଯେ
ଦେଇଛନ୍ତି ଇଶ୍ୱର
ତା ମଧ୍ୟେ ସ୍ୱାଗତ ତୁମକୁ
କରୁଛନ୍ତି ଭ୍ରମର ।
ଫଳମାନେ ବୃକ୍ଷୁ ଝଡିନ
ଆହ୍ୱାନନ୍ତି ତୁମକୁ
ଆସ ଆସ ମୋର ବନ୍ଧୁ ଗୋ
ଆସ ମୋର ପାଶକୁ ।
ସମଗ୍ର ସଂସାର ତୁମର
ଅଭ୍ୟର୍ଥନା କରନ୍ତି
ଇଶ୍ୱର ପ୍ରେରିତ ଆଜିର
ତୁମେ ଆମ ଅତିଥି ।
ସାମୟିକ ମୃତ୍ୟୁ ତ ନିଦ୍ରା
ବଞ୍ଚାଇଣ ସେଥିରୁ
ପୃଥିବୀ ର ଦିବ୍ୟାଲୋକକୁ
ଦେଖାନ୍ତି ତ ସ୍ବର୍ଗରୁ ।
ସକାଳୁ ନଉଠି ଯଦ୍ୟପି
ଆମେ ଏ ସି ଲଗାଇ
ଶୋଇ ରହିଯିବା ପ୍ରଭାତ
ଦୃଶ୍ୟ ଦେଖିବା ନାହିଁ ।
ପୃଥିବୀର ସ୍ୱାଗତତା କୁ
ଅସ୍ବୀକାର କରିବା
ମନମାନି ହୋଇ ସର୍ବଦା
ବିଳମ୍ବିତେ ଉଠିବା ।
ବଞ୍ଚାଇଛି ଯିଏ ଆମକୁ
ସ୍ୱୀକାର ନ କରିବା
ରୋଗ ଶୋକେ ପଡ଼ି ନିଶ୍ଚୟ
ଯାତନା ଭୋଗୁ ଥିବା ।
ବାଣ୍ଟୁଛନ୍ତି ଇଶ୍ୱର ସବୁ
ଗ୍ରହଣ ନକରିବା
ଅପମାନ ଦେଇ ତାହାଙ୍କୁ
ବାହାର କରିଦେବା ।
ଏହାକି ଉଚିତ ହୋଇବ
ଥରେ ମନକୁ ଭାବ
ତାଫଳ ତ ତୁମେ ଭୋଗିବ
କେହି ନ ହେବେ ସାଙ୍ଗ ।
ମୋ କଥା ମାନି ତୁ ବାବୁରେ
ପ୍ରାତଃ କାଳରୁଉଠ
ସଂସାରର ଅଭିନୟରେ
ଆଣ ଉପାଧି ତୁତ ।
ଇଶ୍ୱରେ ସମର୍ପି କାର୍ଯ୍ୟ ତୁ
କରିବାରେ ତତ୍ପର
ଖାଦ୍ୟକୁ ସମର୍ପି ଖାଇଲେ
ମଙ୍ଗଳ ହେବ ତୋର ।
ହସି ହସାଇ ସମସ୍ତଙ୍କୁ
ଅଭିନୟ ରେ ପ୍ରୀତ
ଅଭିନୟ ସାରି ବୈକୁଣ୍ଠ
ଧାମହୁଅ ପ୍ରାପତ ।
ମାଆ ଆଶୀର୍ବାଦ ସର୍ବଦା
ତୋର ସାଥିରେ ଅଛି
ପାଣି ପବନ ଓ ବତାସ
ତୋତେ ନଲାଗୁ କିଛି ।
ନଲାଗୁ କିଛି ମୋ ଧନ ରେ
ତୋତେ ନଲାଗୁ କିଛି ।
