STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ମନରେ ଆସୁ ମୋ ଶୁଦ୍ଧ ଭାବନା

ମନରେ ଆସୁ ମୋ ଶୁଦ୍ଧ ଭାବନା

1 min
205


ଭ୍ରମ ଭୟ ଠାରୁ ବଡ ମାରାତ୍ମକ 

ନାହିଁ ସଂକ୍ରାମକ ରୋଗ ଓ ବ୍ଯାଧି

ଭୟ ତ୍ରସ୍ତ ଗ୍ରସ୍ତ ମନର ବିକାରୁ

ଉଦ୍ଭବେ ଭୂତାଣୁ ଜୀବାଣୁ ଆଧି ।


ଶକ୍ତି ସତସାହସ ଦୃଢ ମନୋବଳ

ଅଟେ ମହୌଷଧି ଅମୃତତୂଲ୍ଯ

ସଦ୍ଭାବନା ଯୋଗ ସତ୍କର୍ମ ସାଧନେ

ମିଳେ ସଫଳତା ବିଜୟମାଲ୍ଯ ।


ସ୍ବଚ୍ଛତା ସୂଚିତା ଆଚରଣେ ନିତ୍ଯ 

ପରିବେଶ ବାତାବରଣ ଶାନ୍ତ 

ଉଦେ ହୁଏ ମନେ ପବିତ୍ର ଭାବନା

କୃପା ଈଶ୍ୱରୀୟ ହୁଅଇ ପ୍ରାପ୍ତ ।


ହେଉ ସଚେତନ ବ୍ଯକ୍ତି ଓ ସମାଜ

ଜାଗୁ ପ୍ରତି ପ୍ରାଣେ ସୁସଙ୍କଳ୍ପନା

ଦୂର ହେଉ ପାପ ଦୁରାଚାର ମିଥ୍ୟା

ମନେ ଆସୁ ସତ୍ଯ ଶୁଦ୍ଧ ଭାବନା ।


Rate this content
Log in

Similar oriya poem from Inspirational