ମନରେ ଆସୁ ଶୁଦ୍ଧ ଭାବନା
ମନରେ ଆସୁ ଶୁଦ୍ଧ ଭାବନା
ମନରେ ଆସୁମୋ ଶୁଦ୍ଧ ଭାବନା
ହୃଦୟ ହେଉ ମୋ ପୂତ
ଗାଉଥିବି ସଦା ପ୍ରଭୁଙ୍କର ନାମ
ଜୀବନେ ଥିବା ପର୍ଯ୍ୟନ୍ତ l
ନ ଛୁଉଁ ମନକୁ କଳୁଷ କାଳିମା
ଈର୍ଷା ଦ୍ୱେଷ ଅହଙ୍କାର
ସଭିଙ୍କ ପାଇଁ ମନରେ ମୋହର
ଝରୁ ସ୍ନେହ ପ୍ରେମ ଧାର l
ସାତ୍ତ୍ଵିକ ଭୋଜନ କରିବି ଗ୍ରହଣ
ଜୀବ ଠାରେ ରଖି ଦୟା
ସକଳ ପ୍ରାଣୀଙ୍କୁ ସମାନ ଭାବିବି
ଦୂରେଇ ସକଳ ମାୟା l
ଦେହ ମନ ସ୍ୱଚ୍ଛ ପୂତ ରହିଥିଲେ
ହୋଇବ ତାହା ମନ୍ଦିର
ବିରାଜିତ ନିଶ୍ଚେ ହୋଇବେ ତହିଁରେ
ମୋ ପ୍ରଭୁ କଳା ଠାକୁର l
ଦୋଷ ଦୁର୍ବଳତା କାହାର ମୋହର
ନ ଦେଖୁ ଏହି ନୟନ
ସଭିଙ୍କର ଭଲ ଗୁଣଟିକୁ ମୁହିଁ
କରିବି ସଦା ଗ୍ରହଣ l
ଦୁଃଖୀରଙ୍କୀଙ୍କର ସେବାରେ ମୋ ମନ
ସର୍ବଦା ଆଗେଇଯାଉ
ତାଙ୍କରି ଭିତରେ ପ୍ରଭୁ ବିରାଜିତ
ଏହି ଭାବନାଟି ରହୁ l
ଗୀତା ଭାଗବତ ଧରମ ପୁସ୍ତକ
ପଢୁଥିବି ନିରନ୍ତର
ପ୍ରଭୁଙ୍କର ନାମ ମନନ କୀର୍ତ୍ତନେ
ଯାଉ ଏ ଜୀବନ ମୋର ll
