STORYMIRROR

KAMAKSHYA PRASAD BEHERA

Children

3  

KAMAKSHYA PRASAD BEHERA

Children

ପହିଲା ଏପ୍ରିଲ

ପହିଲା ଏପ୍ରିଲ

1 min
129


ନୀଳ ଦରିଆ ର   କୂଳେ ଜଗନ୍ନାଥ

     ଓଡ଼ିଆ ଙ୍କ ଇତିହାସ, 

ସୂକ୍ଷ୍ମ କାରୁକାର୍ଯ୍ୟ  ସ୍ଥାପତ୍ୟ ବାଣିଜ୍ୟ

      ଚାରୁକଳା  ନୃତ୍ୟ ରସ  ।୧ । 

ଅସ୍ତ ମୁକୁନ୍ଦ ଙ୍କ     ବିସ୍ଥାପିତ ଭୂମି

       କା ଟି ତିନିଶ ଵରଷ, 

କେବେ ମରହଟ୍ଟା   କେଵେ ତ ମୋଗଲ            

 ଇଂରେଜ ଠି ହେଲା ଶେଷ ।୨ ।

ରାଜା କୃଷ୍ଣ ଚନ୍ଦ୍ର    କରି କେତେ ମେଳ

       ଗଢିଲେ ଉତ୍କଳ ଦେଶ, 

ସାମୁଏଲ ଓର୍     ଘୋଷଣା କରିଲେ

      ସ୍ତତନ୍ତ୍ର ହେଲା ପ୍ରଦେଶ ।୩ ।

ଉଣେଇଶ ଶହ     ଵତିଶ ମସିହା                  

 ଡିସେମ୍ବର ର ଚବିଶ, 

 ସାରା ଭାରତରେ ପ୍ରଥମ ଏ ରାଜ୍ୟ 

  ଭାଷାରେ ସ୍ବାଧୀନ ଦେଶ ।୪ ।

ପହିଲା ଏପ୍ରିଲ  ଇଂରେଜ ପାଳନ୍ତି

   ଠକି ଦେବାର ଦିବସ,  

  ତାଙ୍କୁ ଠକିଦେଇ ଉତ୍କଳ ଦିବସ  

   ପାଳେ ଓଡ଼ିଆ ପ୍ରଦେଶ ।୫ । 

ସେଦିନୁ ଭାଙ୍ଗିଲା  ଇଂରେଜଙ୍କ ମନ

    ଲାଗିଲା ସ୍ଵାଧୀନ ବାସ, 

ଦୀନ ଦୁଃଖି ଆମ  ଓଡ଼ିଆ ମଣିଷ

   ଭାଗ୍ୟକୁ କରେ ବିଶ୍ଵାସ ।୬ ।

-


Rate this content
Log in

Similar oriya poem from Children