STORYMIRROR

Nrusingha Narayan Tripathy

Inspirational Others Children

3  

Nrusingha Narayan Tripathy

Inspirational Others Children

ଲୋଡ଼ାନାହିଁ

ଲୋଡ଼ାନାହିଁ

1 min
166


ଲୋଡ଼ାନାହିଁ ମୋର ମାନ ପଦବୀର

     ଇଛାହୀନ ଭକ୍ତିଭାବ

ନୁହେଁ ଚାଟୁକାର  ହେବିନି ଦଲାଲ

    ସ୍ୱାଭିମାନ ମୋ ସ୍ଵଭାଵ ll


ଲୋଡ଼ାନାହିଁ ମୋର ଧନ ସମ୍ପତ୍ତିର

     ନିର୍ଭୟେ ରହିବି ମୁହିଁ

ନୁହେଁ ମୁଁ ଅଧୀର ଦେଖିକି ଅମୀର

    ସପନେ ଭାବିବି କାହିଁ ll


ଲୋଡ଼ାନାହିଁ ମୋର ସୁନ୍ଦର ଚାକିରୀ

     ହାତ ଟେକି ଯିବ ପ୍ରାଣ 

ସ୍ୱଇଚ୍ଛାରେ କାମ  ରଖିବି ମୁଁ ନାମ

    ଗୋଲାମୁ ହଟୁମୋ ମନ ll


ଲୋଡ଼ା ନାହିଁ ମୋର ଗାଡି ଘର ଦ୍ଵାର

     ଗର୍ବରେ ନ ଫୁଲୁ ଛାତି

ଶାନ୍ତି ସନ୍ତୋଷରେ ସ୍ନେହ ମମତାରେ

     ଜୀବନ ଯାଉମୋ ବିତି ll


ଲୋଡ଼ାନାହିଁ କୃପା  ରାଜନେତା ଦୟା

     ବାହୁବଳୀ କପଟତା 

ମନ ମୋ ସରଳ  ରହୁଯେ  ନିର୍ମଳ

    ଵିଵେକରେ ସଚ୍ଚୋଟତା ll


ଲୋଡ଼ାନାହିଁ ମୋର  ପ୍ରେମ ସୁନ୍ଦରୀର

    କାମ, ନିଶା, ଜୁଆ ଖେଳ

ଅଢେଇ ଦିନର  ଅତିଥି ମହୀର

     ସତ କର୍ମେ ସରୁ କାଳ ll


ଜୀବନ ଅଲୋଡ଼ା ନ ହେଉ କାମନା

    ପ୍ରଭୁ ନାମ ହୃଦେ ଥାଉ 

ସତ୍ୟ ଧର୍ମ ନ୍ୟାୟ  କରିକି ପାଥେୟ

    ସତସଙ୍ଗେ ମନ ରହୁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational