ସାହାରା
ସାହାରା
ଚକ୍ଷୁହୀନ ଟିର ବାଡ଼ିଟି ସାହାରା
ପଥ ପାଇଁ ସହାୟକ,
ଶିଶୁକୁ ସାହାରା ପିତା ମାତା ଦୁହେଁ
ପାଳନ୍ତି ରଖିସେ ପାଖ l
ବୟସ୍କ ଲୋକଙ୍କ ସାହାରା ହୁଅନ୍ତି
ନିଜର ସନ୍ତାନ ମାନେ,
ଜୀବନର ଶେଷ ସମୟରେ ତାଙ୍କ
ଆଶ୍ରା ଖୋଜୁଥାନ୍ତି ମନେ l
ଭାଇ ଆଉ ବନ୍ଧୁ ସାହାରା ହୁଅନ୍ତି
ବିପଦରେ ଠିଆ ହୋଇ,
ଜିତିବା ପାଇଁକି ଭୋଟ ହୁଏ ସାହା
ସରକାର ଗଢା ପାଇଁ l
ଖରା ବରଷାକୁ ସହାୟ ହୁଅଇ
ଛତା ଟିଏ ପାଖେ ଥିଲେ,
ବୃକ୍ଷଟି ସାହାରା ଜୀବଜଗତର
ଅମ୍ଳଜାନ ତାଠୁ ମିଳେ l
ଚାଷୀ କୁ ସାହାରା ପାଣିପାଗ ସିନା
ଚାଷ ଅନୁକୂଳ ପାଇଁ,
ଠିକ ସମୟରେବରଷା ନହେଲେ
ମରୁଡି ଜଗତେ ହୋଇ l
ଶୀତକୁ ସାହାରା ରେଜେଇ କମ୍ବଳ
ଗରିବ ପାଇଁକି ଧନ,
ପ୍ରୀତିକୁ ସାହାରା ସ୍ନେହ ବୋଳା ମନ
ଅନ୍ଧାର ରାତିକୁ ଜହ୍ନ l
ସାହାରା ନଥିବା ଲୋକଟିର ଏକା
ସାହାରା ହିଁ ଭଗବାନ,
ତାଙ୍କୁ ଆଶ୍ରା କରି ନିଃସହାୟ ଲୋକ
କାଟଇ ତାର ଜୀବନ l
ରୋଗୀକୁ ସାହାରା ଡାକ୍ତର ଟି ସଦା
ଦ୍ଵିତୀୟ ଈଶ୍ୱର ହୋଇ
ରୋଗ ଉପଶମ କରାଇଥାନ୍ତି
ଔଷଧ ଓ ସେବା ଦେଇ l
ଅସହାୟ ଙ୍କର ସାହାରା ହେବାକୁ
ମନୋବଳ ଦୃଢ଼ କର,.
ମାନବ ଙ୍କ ସେବା ମାଧବ ଙ୍କ ସେବା
ଏକଥା ମନରେ ସ୍ମର l
ଲତା କୁ ସାହାରା ରଞ୍ଜା ହୋଇଥାଏ
ଆଗକୁ ବଢିବା ପାଇଁ,
ସ୍ୱାମୀଟି ସାହାରା ଅଟଇ ନାରୀର
ସୁଖୀ ପରିବାର ସେଇ l
ଶେଷ ଜୀବନର ସାହାରା ଅଟନ୍ତି
ଏକା ପ୍ରଭୁ ନାମ ସାର,
ତାଙ୍କ ନାମ ଜପି ଏଇ ଭବ ସିନ୍ଧୁ
ହୋଇଯିବା ଦିନେ ପାର ll
