STORYMIRROR

Abanikanta Sahu

Abstract Inspirational Children

3  

Abanikanta Sahu

Abstract Inspirational Children

ଉଷା

ଉଷା

1 min
155


କି ପୁରୁବ ନଭ ଶୋଭା    କର, ରକ୍ତିମ ଆଭା

କପାଳେ ସିନ୍ଦୁର ସୂର୍ଯ୍ୟ କରି ଶୃଙ୍ଗାର

କୋଟି ଅନିନ୍ଦ୍ୟ ସୁନ୍ଦରୀ  କିରିଟେ ଚନ୍ଦ୍ର ନିଖାରି

କଜଳ ଓଢଣୀ ତେଜି କ୍ରମେ ଅବନୀ

କରେ ଦରଶନ ସଂସାର

କିବା ନବବଧୁ ଉଷା ପ୍ରବେଶ ଧିର ।


କୋକିଳ କୁହୁ କଣ୍ଠରେ କାକ,ପିକ ପକ୍ଷୀ ସ୍ୱରେ

କୁକୁଟ ରାଜ ଡାକରେ କର୍ମେ ଚଞ୍ଚଳ,

କୃଷକ ହଳ, ବଳଦ    କାର୍ମିକ ଚଞ୍ଚଳ ପାଦ

କର୍ମକାଣ୍ଡି ପୁରୋହିତ କଣ୍ଠରେ ବେଦ,

କମ୍ଭୁ ଶବଦରେ ମନ୍ଦିର

କର ଘଣ୍ଟି, ହୁଳହୁଳି ଶୁଭେ ସୁଦୂର ।


କେତକୀ,ଚମ୍ପା,ତରାଟ କାମିନୀ, କାଞ୍ଚନ ପୁଷ୍ପ

କୋମଳ କୁମାରୀ ଗଣ କରି ସଂଗ୍ରହ,

କରି ଭେଟ ପୁଷ୍ପମାଳ  କର୍ପୁର, ପଲ୍ଲବ ବିଲ୍ଵ

କରଯୋଡି ସୁକୁମାରୀ କରେ ମାନସ,

କର ଦୟା ଆହେ ଗିରୀଶ,

କନ୍ଦରପ ବର ଲଗ୍ନ ଦିଅ ଆଶିଷ।


କୃଷକ କ୍ଷେତର ମୁହାଁ କାନ୍ଧରେ କୁରାଢ଼ୀ,ଦାଆ

କାଉଡି, ହଳ, ହଳିଆ କଢାଇ ନିଏ,

କହି ରାମଗୀତି ମାଳା କାକଳି, କାକର ବେଳା

କୁହାଟେ କୁହଇ ଉଠ କାର୍ମିକ ପୁଏ,

କର୍ମ ପୂଜା ଜୀବନ ସାର

କୁଳ ବେଉଷା ଏ ମାଟି ଚାଷ ଆମର।


କୁଟିର ପ୍ରାଙ୍ଗଣ ବେଢା  କରିସେଛେରାପହଁରା

କୂଳବଧୁ ସ୍ନାନ ସାରି କରେ ପୂଜନ,

କୁଟୁମ୍ବ ଶୁଭ ମନାସୀ  କୂଳଦେବୀ ଓ ତୁଳସୀ

କୃପାଭିକ୍ଷା ମାଗେ ମାତା! କରି ସ୍ତବନ,

କାଳର କରାଳ କଷ୍ଟରୁ

କରିଥିବୁ ବୃନ୍ଦାବତୀ ରକ୍ଷା ସେଥିରୁ।


କଣ୍ଠରେ ଗୀତ ମାଧୁରୀ   କୃଷ୍ଣ ଅଧରବାଂଶୁରୀ

କରି ବିମୋହିତ ମନ ଗୋପାଳ ଚଳେ,

କିସୁନ୍ଦର ଧେନୁପଲ     କ୍ରୀଡାରତ ବତ୍ସାଦଳ

କୌତୁକିଆ ଡିଆଁମାରି ଗୋଧୂଳି ଉଡେ,

କୁଶଳୀ କାଳିଆ ସ୍ୱାନ

କେଡେ ଯତନରେ ଦାଣ୍ଡେ ଧେନୁ ଘଉଡେ।


କୋମଳ, କର ବିଛୁରୀ   କ୍ରମେ ଅରୁଣପ୍ରସାରି

କରେ,କରି ଆଲୋକିତ ସର୍ବତ୍ର ଧରା,

କୋକନନ୍ଦ ପ୍ରସ୍ଫୁଟିତ  କରେ ଆନନ୍ଦେ ସ୍ୱାଗତ

କୋଟି ଜୀବ ଓ ପାଦପ ଜୀବନ ଧାରା,

କରେ ମୁଖରିତ ଉଷା

କୋଣେ କୋଣେ ଜୀବନକୁ ଦିଏ ଭରଷା।

                   

ରାଗ ଚୋଖି,ବୃତ ମଙ୍ଗଳେ ଅଇଲା ଉଷା, କବିତାର ପ୍ରଥମ ଅକ୍ଷର "କ" ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract