STORYMIRROR

Pratima Satpathy

Children

3  

Pratima Satpathy

Children

କନ୍ୟାର ମିନତୀ

କନ୍ୟାର ମିନତୀ

1 min
168


ଜନନୀ ଲୋ ମୋତେ ଗରଭୁ

        ମାରନା ତୁହି

ଦୁନିଆର ସୂର୍ଯ୍ୟୋଦୟ ମୁଁହି

        ଦେଖିନାହିଁ।

କି ଦୋଷ ମୁଁ ତୋ ପାଖରେ

     କରିଛି ଲୋ କହ

କାହିଁକି ଦେଖିବୁ ନାହିଁ ତୁ

       ମୋହର ମୁହଁ।

ଝିଅଟିଏ ଜନ୍ମ ହେଲେ ତାହା

        କ'ଣ ପାପ

କାହିଁ ମୋତେ ମାରିବାକୁ

     କରିଛୁ ସଙ୍କଳ୍ପ ?

ଦୟାକରି ବଞ୍ଚା ମୋତେ

   ତୋ ଗରଭେ ରଖି

ଯେପରି ସୁନ୍ଦର ଧରା

   ପାରିବି ମୁଁ ଦେଖି।

ନିଷ୍ପାପ ଶିଶୁ ମୁଁ ମୋତେ

    ଦିଅ ନାହିଁ ମାରି

ବଞ୍ଚିରହିଲେ ହୋଇବି ମୁଁ

     ଆଦର୍ଶ ନାରୀ।

ଇନ୍ଦିରା,ନନ୍ଦିନୀ ପରି ଯଶ 

      ମୁଁ ରଖିବି

ରମାଦେବୀ,ମାଳତୀ ଚୌଧୁରୀ

       ପରି ହେବି।

ମୋ ଦେଶ ଜାତିର ଟେକ

     ରଖିବି ଲୋ ମୁହିଁ

ଝିଅଟିଏ ବୋଲି ମୋତେ

     ମାରିଦିଅ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children