STORYMIRROR

Himalini Hota

Children

3  

Himalini Hota

Children

ଋତୁରାଜ

ଋତୁରାଜ

1 min
183

ଆସିଲା ବସନ୍ତ   ବଜାଇ ବାଜା

ୠତୁ ମାନଙ୍କ ର   ମଧ୍ୟରେ ରାଜା

ଚାରିଦିଗ ଆଜି   ଦିଶେ ସୁନ୍ଦର

ମଳୟ ପବନ।   କି ମନୋହର

ଗୋଲାପ, ମରୁଆ  ମଲ୍ଲୀ ,ସେବତୀ

ଜୁଇ ଯାଇ ହେନା।  କୁନ୍ଦ ସେବତୀ

ଆମ୍ବ ବଉଳାଇ।    ଫଗୁଣ ମାସେ 

ଦିଗ ଚହଟେଇ    ତାର ସୁବlସେ

ରଙ୍ଗ ବେରଙ୍ଗିଆ   ପରାଜପତି 

ମଧୁ ପାନ କରେ   ହରଷେ ଅତି

ଫୁଲ ପରେ ବସି।  ଝୁଲୁଣ ଥାଏ

ଦେଖିବା ଲୋକ ର   ମନ କୁ ମୋହେ

ଫଗୁ ଖେଳି ସାରି  ଦୋଳ ଗୋବିନ୍ଦ

ଦୋଳି ରେ ଝୁଲନ୍ତି।  ରାଧା ମାଧବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children