STORYMIRROR

PURNA CHANDRA PANDA Purna

Inspirational

4  

PURNA CHANDRA PANDA Purna

Inspirational

ବାପା ଓ ମୁଁ

ବାପା ଓ ମୁଁ

1 min
387


ବାପା ଥିଲାବେଳେ ମତେ ସବୁବେଳେ

ମାଗନ୍ତି ପଇସା କିଛି 

ଯାଆନ୍ତିନି ସିଏ କୁଆଡ଼କୁ ପ୍ରାଏ

ଘରେ ରହିଥାନ୍ତି ବସି ll


କଅଣ କରିବେ ପଇସା ନେଇ ସେ

ସେଇ କଥା ଭାବୁ ଥାଏ  

ତଥାପି କେବେ ମୁଁ ତିରିଶି ଚାଳିଶି

ଦୟାରେ ହାତରେ ଦିଏ ll


ସେତକ ପାଇସେ ବହୁତ ଖୁସିରେ

ଥରେ ଦୁଇ ଥର ଗଣି  

କୁହନ୍ତି ବାବୁରେ କେତେ ଦେଲୁ ମତେ

କହ ପାରୁନାହିଁ ଜାଣି ll


କିନ୍ତୁ ଏହି ବେଳେ ଘରଲୋକ ଆସି 

ଶୁଣାଇ ଥାଆନ୍ତି ପାଟି  

ପଇସା ପଇସା ହେଇ ଏଇ ବୁଢା

ସବୁ ଖାଇଦେବ ଚାଟି ll


ଘରେ ତ ବସିଛ ଖାଇବା ପିଇବା

କିଛି ଉଣା ନାହିଁ ତାର  

ସବୁବେଳେ କାହିଁ ପଇସା ମlଗୁଛ

ହତଲକ୍ଷ୍ମା ପାଟି ତାର ll


ସବୁ ମୁହିଁ ଶୁଣେ ବାବା ଶୁଣନ୍ତିନି

ତାଙ୍କୁ କିଛି ଶୁଭେ ନାହିଁ  

ବଲବଲ କରି ମତେ ସେ ଅନlନ୍ତି

କଅଣ ଦିଅନ୍ତି କହି ll


ଭୟରେ ସେବେଳେ କିଛି କହେ ନାହିଁ

ପାଟିତୁଣ୍ଡ କାଳେ ହେବ  

କାନ୍ଦ କାନ୍ଦ ହୋଇ ସେଠାରୁ ପଳାଏ

କିଏ ସେ କଥା ସହିବ ll


ଆଜି ବାପା ମୋର ସ୍ୱର୍ଗର ଠାକୁର

ମନେ ଅlସନ୍ତି ସର୍ବଦା  

ଜନ୍ମ ଦେଇଥିଲେ ସବୁ ସହିଥିଲେ

ଅନ୍ୟ ମାନେ ଦେଲେ ବାଧା ll


ରଖିଥିଲେ ସଞ୍ଚି ମଲା ଯାଏଁ ସିଏ

ତାଙ୍କ ଗଦି ତଳେ ଟଙ୍କା  

ତାଙ୍କରି ସଞ୍ଚିତ ପଇସାରେ ଶୁଦ୍ଧ 

ହେଲୁ ମୁହଁ କରି ବଙ୍କା ll


ପଇସା ଗୋଟିଏ କେଉଁଠୁ ଆଣିନି

ବାପା ମରିଗଲା ପରେ  

ମୋ ପାଖରେ ଥିଲା ତାଙ୍କର ମିଶିଲା

ସତୁରି ହଜାର ହେଲା ll


ବନ୍ଧୁ ଦେଲେ ଯାହା ମିଶିଗଲା ପରେ

ସଭିଏଁ ହେଲୁ କାରଣ  

ଦିନେ ମୁଁ କହିଲି ବାପାଙ୍କ ମଗlକୁ

କିଆଁ କର ହେ ବାରଣ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational