Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kunja Bihari Dalai

Inspirational

4  

Kunja Bihari Dalai

Inspirational

ପ୍ରେମର ପ୍ରତୀକ

ପ୍ରେମର ପ୍ରତୀକ

1 min
275



ସେଦିନ ଶ୍ରେଣୀରେ ପଚାରିଲେ ଗୁରୁ

ପ୍ରେମର ପ୍ରତୀକ କ'ଣ

ତାଜମହଲ ଯେ ଉତ୍ତରେ କହିଲେ

ପିଲା ଦଶ ବା'ର ଜଣ ।


ମାତ୍ର ଜଣେ ପିଲା କହିଲା ଗୁରୁଜୀ

ସେଇ ଗୋଟି ରାମ ସେତୁ

ହସି ହସି ସାଙ୍ଗ ଗଡିଲେ ଭୂମିରେ

ନିରବ ପିଲାଟି କିନ୍ତୁ ।


ରାଗିଯାଇ ଗୁରୁ ହାତେ ଧରି ବେତ

କହନ୍ତି ଧମକ ସ୍ବରେ

ଏମିତି ଉତ୍ତର ଦେଲୁ ତୁ କାହିଁକି

କହ ତୁ ମୋତେ ସତ୍ବରେ ।


ଦମ୍ଭ ସହକାରେ କହିଲା ପିଲାଟି

ଜାନକୀ ଉଦ୍ଧାର ପାଇଁ

ବାନ୍ଧି ଥିଲେ ସେତୁ ପ୍ରଭୁ ରାମଚନ୍ଦ୍ର

ସମାଧି ପାଇଁ ନୁହଁଇ ।


ସାହାଯ୍ୟକାରିଙ୍କ ମୁଣ୍ଡପରେ ହାତ

ବୁଲାଇ ଥିଲେ ସିଏ ତ

ଶା'ଜାହାନ ଭଳି କାଟି ତ ନଥିଲେ

ଶିଳ୍ପୀ ମାନଙ୍କର ହାତ ।


ଶ୍ରେଣୀ କକ୍ଷ ଏବେ ନିରବ ନିଃସ୍ତବ୍ଧ 

ପିଲାଟିର ଯୁକ୍ତି ଶୁଣି

ମସ୍ତକେ ତା ହାତ ବୁଲାଇ ଗୁରୁଜୀ

ଆଶିର୍ବାଦ କଲେ ପୁଣି ।



Rate this content
Log in