STORYMIRROR

Madhabi Patel

Inspirational

4  

Madhabi Patel

Inspirational

ନାରୀ

ନାରୀ

1 min
365


ପ୍ରକୃତିର ଏକ ମନୋରମ ସୃଷ୍ଟି

ନାରୀରୂପ ମହୀତଳେ

ଶକ୍ତି ସୌନ୍ଦର୍ଯ୍ୟର ଜୀବନ୍ତ ପ୍ରତିମା

ହୃଦ ଶିକ୍ତ କରୁଣାରେ।

ମମତା ଦୟାର ସ୍ରୋତସ୍ବିନୀ ସିଏ

ଯତ୍ନଶୀଳା ଶ୍ରଦ୍ଧାମୟୀ

ସ୍ନେହ ପ୍ରେମ ଶ୍ରଦ୍ଧା ସମ୍ମାନ ଦାନରେ

ଉତ୍ସର୍ଗ ସେ ତ୍ୟାଗମୟୀ।

ଗର୍ଭଧାରିଣୀ ସେ କନ୍ୟା କେବେ ସଖୀ

ପ୍ରେୟସୀ ଭଗିନୀ ଜାୟା

ଗୃହ ସଂଚାଳନେ ଲକ୍ଷ୍ମୀ ଅବତାର

ସରସ୍ବତୀଙ୍କର ଛାୟା।

ଦୁର୍ଗା ଶକ୍ତିରୂପା ହୁଏ ବେଳେବେଳେ

ଅସମ୍ମାନ ଯେବେ ପାଏ

ନହେଲେ ସର୍ବସଂହା ଧରିତ୍ରୀ ସାଜି

ସବୁକଷ୍ଟ ସହିଯାଏ।

ଅଳ୍ପରେ ସନ୍ତୁଷ୍ଟ କର୍ମରେ ନୀରତ

ଯୋଗଦାନ ତା'ର ଥାଏ

ଅର୍ଦ୍ଧାଙ୍ଗିନୀ ସାଜି ପୁରୁଷର କର୍ମେ

ସହଯୋଗ ଦେଇଥାଏ।

ରାଜନୀତିଠାରୁ ମହାକାଶ ଯାଏ

ସବୁଠାରେ ତାର ଗତି

ଲତା କି ବନିତା ଦୁର୍ବଳା ଭାବନା

ଜଳିପାରେ ହୋଇ ଜ୍ୟୋତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational