STORYMIRROR

samhita jena

Inspirational

4  

samhita jena

Inspirational

ଜାଗ୍ରତ ହୁଅ ଓଡ଼ିଆ

ଜାଗ୍ରତ ହୁଅ ଓଡ଼ିଆ

1 min
271

ରକ୍ତରେ ଯିଏ ଲେଖେ ଇତିହାସ

ଗୁଳି ଆଗେ ଦିଏ ପତାଇ ଛାତି

ରଣ ହୁଙ୍କାର ତା' ସିଂହ ଶିଶୁ ପରି

ସେହି ଅଟେ ଆମ ଓଡ଼ିଆ ଜାତି। 


ସଂସ୍କାର, ସଂସ୍କୃତି ସମ୍ପନ୍ନ ଏ ଦେଶ

ଜଗତର ନାଥ ଚକା ଆଖିଆ

ସୁପ୍ତ ପ୍ରାଣରେ ଯେ ଜାଗରଣ ଭରେ

ଲେଖନୀ ଚାଳନା କରି ଓଡ଼ିଆ। 


ଗୋଟିଏ ମାଟିରେ ହୋଇଥିଲେ ଜନ୍ମ

ବକୁଳ ବନର ସେ ପଞ୍ଚ ସଖା

ଓଡ଼ିଆଙ୍କ ପାଇଁ ସଂଗ୍ରାମୀ ସେ ପ୍ରାଣ

ମାନସ ପଟରେ ଓଡିଶା କଥା। 


ସ୍ବାଧୀନତା ପାଇଁ ଜାଗ୍ରତ କରିଲେ

ଚଳାଇଲେ ଯିଏ କଲମ ମୁନ

ଜାତୀୟ କବିଟି ବୀର କିଶୋର ସେ

ସୃଷ୍ଟି କଲେ ସ୍ବାଧୀନତା ସଇନ। 


ଓଡ଼ିଆ ଜାତୀର କାନେ କାନେ ଯିଏ

କହୁଥିଲେ ପୂର୍ବ ଗୌରବ କଥା

ଓଡ଼ିଆଙ୍କ ପାଇଁ କାନ୍ଦୁଥିଲା ପ୍ରାଣ

ହୃଦୟେ କେବଳ ଓଡିଶା ଚିନ୍ତା। 


ଯେତେ ଭାଷା ଆମେ ଶିଖିବା ପଛକେ

ଓଡ଼ିଆ ଭାଷାକୁ ଭୁଲିବା ନାହିଁ।

ଲେଖିବା ଓଡ଼ିଆ କହିବା ଓଡ଼ିଆ

ଓଡ଼ିଆ ଭାଷାର ପ୍ରସାର ପାଇଁ। 


ସଂସ୍କୃତିକୁ ଭୁଲି ସଭ୍ୟତା ପଛରେ

ଅନ୍ଧ ହୋଇ ଆମେ ଧାଇଁବା ନାହିଁ

ଆମରି ସଂସ୍କୃତି ଆମରି ସଭ୍ୟତା

ସମୟ ସାଥିରେ ନେବା ଆଗେଇ। 


ପ୍ରାଚ୍ୟ ସଭ୍ୟତାକୁ ଭୁଲି ଆମେମାନେ

ପାଶ୍ଚାତ୍ୟ ଆଡକୁ ଢଳିବା ଯେବେ

ସଭ୍ୟତା କୋଳରେ ହଜିବ ସଂସ୍କୃତି

ଗୁମୁରି କାନ୍ଦିବ ଓଡିଶା ତେବେ।


ଆମ ମାଟି ଆଉ ଆମ ପାଣି ଆମେ

ଛାଡିବାନି ପୁଣି କେବେ କାହାକୁ

ଜାଗ୍ରତ ପ୍ରହରୀ ରାଜ୍ୟ ପାଇଁ ହେବା

କାଳିଆ ଭରଷା ଚଉ ବାହାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational