STORYMIRROR

Deepak Kumar Mishra

Inspirational

4  

Deepak Kumar Mishra

Inspirational

ରଫ୍ ଖାତା

ରଫ୍ ଖାତା

1 min
312


ନାହିଁ ମୋର ମାନ ଅଭିମାନ

ନାହିଁ ରାଗରୋଷ...

ତିଳେ ମାତ୍ର ନାହିଁ ଗର୍ବ ଅହଂକାର...

ଶ୍ରେଣୀର ପଛ ବେଞ୍ଚ ପିଲାଟି 

ପ୍ରଥମ ପିଲା ଠାରୁ ମୋର ଅଧିକ ନିଜର l

କେତେବେଳେ ଲେଖାହୁଏ 

ଗୋଲ ଗୋଲ ସୁନ୍ଦର ଅକ୍ଷରରେ

କେବେ ଗାରା ହୁଏ ଭଙ୍ଗା

ପେନସିଲ ମୁନରେ... 

ଫୋଡା ହୁଏ କେବେ ଡାମ୍ଫଣ ଛୁଞ୍ଚରେ 

କେବେ ଛତା ହୁଏ

ଅଦିନିଆ ମେଘର ବର୍ଷାରେ...

କେବେ ପୁଣି ଅସ୍ତ୍ର ହୋଇ ପଡେ 

ସାଙ୍ଗର ପିଠିରେ l

ମୋ ପୃଷ୍ଠାରେ ସବୁକିଛି

ଓଲଟା ଓଲଟା ...

କେବେ ବାମରୁ କେବେ ଡାହାଣରୁ

କେବେ ଉପରୁ ପୁଣି କେବେ

ତଳୁ ହୁଏ ଲେଖା...

ସବୁ କିଛି ଅସଜଡ଼ା ଅସଜଡ଼ା...

ମୋ ପୃଷ୍ଠା ଗୁଡିକରେ l

ସାହିତ୍ୟ ପଦ ପାଖେ ରହେ

ଗଣିତର ସୂତ୍ର 

ଭୂଗୋଳ ଇତିହାସକୁ ଏଠି କରେ ଗେଲ

ସଂସ୍କୃତ ଇଂରାଜୀ ସହିତ ହିନ୍ଦୀର

ଭେଦଭାବ ନାହିଁ... 

ଟ୍ୟୁସନ ସାରଙ୍କ ଛାଟର

ଅଧା ପାହାର ଖାଇଥାଏ ମୁହିଁ l

ପରୀକ୍ଷା ସରିଲେ...

ପିଲା ପାସ ହେଉ କି ଫେଲ୍ 

ଖୁସି ହେଉ ବା ଦୁଃଖରେ...

ନିକିତିରେ ତଉଲା ହୋଇ 

ବିକା ହୁଏ ରଦ୍ଦି କାଗଜରେ 

ଚିରା ହୋଇ ଅଠା ଲାଗି

ଜନ୍ମ ନିଏ ଠୁଙ୍ଗାର ରୂପରେ...

ଆଦରରେ କୋଳେଇ ନିଏ 

ବରା ପକୁଡି ଝାଲ୍ ମୁଢି...

ପରଷାହୁଏ ଚାଖଣା ହାଟରେ...l 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational