STORYMIRROR

Deepak Kumar Mishra

Inspirational

3  

Deepak Kumar Mishra

Inspirational

ଜୀବନର ଗାଡି

ଜୀବନର ଗାଡି

1 min
149


ଜୀବନର ଗାଡି ଚାଲେ 

ବରମୁଣ୍ଡାରୁ ବାଦାମବାଡ଼ି, 

ମଝି ମଝିରେ ଛୋଟମୋଟ ଜଞ୍ଜାଳିଆ 

ଷ୍ଟପେଜ୍ ରେ ରହଣି ,

ହେଲ୍ପର ଟୋକା ଛାଡେ ରଡି ରହି ରହି

ଗାଡି ଖୋଜେ ଯେବେ ବିଶ୍ରାମ ନିହାତି ,

ଓହ୍ଲା ଚଢା, ଧକ୍କା ମୁକ୍କାରେ 

ବଢିଚାଲେ ନିଶ୍ୱାସର ଗତି 

ମଝି ସିଟ୍ ରେ ବସେ ଯାଇ ଟିକେଟ ଖଣ୍ଡେ କାଟି,

ଜୀବନର ଗାଡି

ଚାଲେ ବରମୁଣ୍ଡାରୁ ବାଦାମବାଡ଼ି  l 


ଜଗା ଭରସାରେ, ପେଲା ଠେଲା ଭିତରେ,

ମୁଣ୍ଡିଆଟିଏ ମାରି 

ଲୋକେ ଗାଡିରେ ଚଢ଼ନ୍ତି,

ସିଟ୍ ପାଇଲେ ଭଲ

ନ’ତୁବା ଛିଡାହୋଇ ବି ଯାଆନ୍ତି l 


ବାଣୀବିହାର, ରସୁଲଗଡ ପରେ, ପାହାଳ

ନଖରା ଡେଇଁଲେ

ଲିଙ୍କରୋଡ଼ରୁ ବାମକୁ ମୋଡିଲେ

ବାଦାମବାଡ଼ି ଆସେ,

ହେତୁ ନ’ରହିଲେ ପକେଟମାର୍ ହୁଏ 

ସବୁ ଦିନଯାକର ଯେ ପୁଞ୍ଜି

ଭାଇ ଜୀବନର ଗାଡି

ଚାଲେ ବରମୁଣ୍ଡାରୁ ବାଦାମବାଡ଼ି l 


ଏଠି ମନ ଚଳାଏ ଗାଡି ବସି ଡ୍ରାଇଭର ସିଟ୍ ରେ,

ବିବେକୀ ଚାଳକ ଘୁ୍ମାନ୍ତି 

ବସି ପଛ ସିଟ୍ ରେ, 

ପ୍ରବୃତି ହୁଇସିଲ ଫୁଙ୍କେ ପାପ ହମ୍ସ ପଡିଲେ,

ମନ ଟାଣେ ବ୍ରେକ୍ ନିଜ ଖିଆଲି ଇଛାରେ, 

ଧର୍ମବାଡ଼ିରୁ ଖସେ ହାତ 

ପାପପୁଣ୍ୟର ମାପରେ l 


ହଜିଯାଏ ବୁଦ୍ଧିର ବଟୁଆ

ଗାଡି ଯେବେ ଫସେ ଅଧର୍ମ ଖାଲରେ,

ଫେରିବାକୁ ନଥାଏ ବାଟ 

ଏକପାଖିଆ ଅଫେରନ୍ତା ରାସ୍ତାରେ, 

ଗଡ଼ିବାକୁ ବାଧ୍ୟ ଗାଡି ଆଗକୁ ଆଗକୁ  

ଏ ଜୀବନ ରାସ୍ତାରେ । 


ଅବିରତ ଚାଲିଛି, ଚାଲିବ ଏ ଗାଡି, 

ବରମୁଣ୍ଡାରୁ ବାଦାମବାଡ଼ି

ବରମୁଣ୍ଡାରୁ ବାଦାମବାଡ଼ି l 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational