STORYMIRROR

Deepak Kumar Mishra

Inspirational

3  

Deepak Kumar Mishra

Inspirational

ସମର୍ପଣ

ସମର୍ପଣ

1 min
246


    

ତୁମ ପାଇଁ ସମର୍ପିତ

ମୋ ଦେହର ସବୁ ଅଣୁ ପରମାଣୁ

ଭରି ରହୁ ରୋମେ ରୋମେ

ତୁମ ସହ ସ୍ମୃତି ସବୁ ବିଗତ ଦିନର

ଦିନର ମୋ ସବୁ କଷ୍ଟ ଦୁଃଖ ଓ ଯାତନା 

ରାତିର କମନୀୟ ସୁନେଲି ସପନ

ପହିଲି ସକାଳର ଖୁସିଭିଜା

ପ୍ରୀତିମୟ ସବୁଯାକ କାକରର ବିନ୍ଦୁ

ତା' ସହିତ ଝୁମୁଥିବା ପୁଞ୍ଜା ପୁଞ୍ଜା 

ଆନନ୍ଦ ଓ ଆଲୋକର ରେଣୁ

ରହିବ ଜନ୍ମ ଜନ୍ମାନ୍ତର ପାଇଁ

ତୁମ ପାଖେ ହୋଇ ସମର୍ପିତ l 


ମୋ ଜୀବନ ନଉକାରେ

ତୁମେ ଯେ ଏକକ ନାଉରି

ଉଜାଣି ସ୍ରୋତର ଭରା ପବନ ବେଗରେ

ଉଭା ତୁମେ ବିଶ୍ୱାସର ସଂକଳ୍ପ ଆହୁଲା 

ହଜିଯାଏ ନଉକା ମୋ ଯେବେ 

ଅଶାନ୍ତିଆ ସମୁଦ୍ର ଝଡ଼ରେ

ବାହି ଆଣି ରଖିଦିଅ ତାକୁ

ତୁମେ ଅତି ଯତନରେ 

ନିରାପଦେ ସଂସାର ତଟରେ....... l 


ତୁମେ ମୋର ଲୁହ ପୋଛା

ପଣତରେ ଭରସାର କାନି

ଭାବେ ବନ୍ଧା ମୋ ଜଡ଼ ଚେତନାର

ଶୁଦ୍ଧ ରୁହାନୀ ରାଗିଣୀ  

ମୁଁ ତୁମ ହୃଦ ପଞ୍ଜୁରୀରେ ଘେରା

ଏକ ସ୍ପନ୍ଦନର ପକ୍ଷୀ 

ପଞ୍ଜୁରୀର ଖୋଲିଲେ ବି ଦ୍ୱାର 

ଉଡିବାକୁ ଜଣା ନାହିଁ ସତ 

ରହିଥିବି ତୁମପାଖେ ସଦା

ହୋଇ ପୂର୍ଣ୍ଣ ସମର୍ପିତ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational