STORYMIRROR

Deepak Kumar Mishra

Fantasy

3  

Deepak Kumar Mishra

Fantasy

ଝରକା

ଝରକା

1 min
199


ଅନ୍ଧାର ଓ ଆଲୋକ

ଭିତରେ ସେତୁଟିଏ ମୁଁ,

ସ୍ବପ୍ନ ଓ ଜହ୍ନ ଭିତରେ

ସମ୍ପର୍କର ସୁତାଖିଅଟିଏ ମୁଁ,

ବର୍ଷାର ତରଙ୍ଗାୟିତ

ନୃତ୍ୟ ପାଈଁ ସ୍ୱଛ ଆଖିଟିଏ ମୁଁ,

ଝଡ଼ରେ ପଥହରା ଘର ଚଟିଆର

ସାମୟିକ ରାହାଟିଏ ମୁଁ,

କୁଆଁ କୁଆଁ ଶିଶୁ ପାଈଁ

ଆକାଶତାରାର ସିଡ଼ିଟିଏ ମୁଁ,

ତୁମ ପ୍ରଥମ ପ୍ରଣୟଚିଠିର

ଗଳା ବାଟଟିଏ ମୁଁ ।


ଘୁଣ ଖିଆ କାଠବନ୍ଧର

ପ୍ରେମରେ ଛନ୍ଦା ବନ୍ଦୀଟିଏ ମୁଁ,

ଅତୀତକୁ ଝୁରି ଝୁରି କାନ୍ଦୁଥିବା

କାଲି ସକାଳର ସାନ୍ତ୍ଵନାଟିଏ ମୁଁ,

ଡହଳ ବିକଳରେ ଝୁଲୁଛି ସିନା

ଆପଦ ଝଞ୍ଜାରେ ସାଂଜୁଟିଏ ମୁଁ,

ତୁମ ପାଈଁ ସିନା ପିକଦାନୀଟିଏ

କବି ପ୍ରାଣର ଅଭିସାରିକାଟିଏ ମୁଁ,

କରିପାରିନି ଗର୍ବରେ ଦୁଆରପରି

ଅତିଥି ସ୍ୱାଗତ ସତ

କିନ୍ତୁ ଆକାଶରୁ ଲମ୍ବିଥିବା

ଆନନ୍ଦ ଓ ଆଲୋକର

ଛାୟାପଥଟିଏ ମୁଁ

ସୁଖର ବାଟ, ଦୁଃଖରେ ମେଲାଣି

ସଂସାର ଦରିଆରେ

ଆଲୁଅର ବତୀଟିଏ ମୁଁ

ଝରକାଟିଏ ମୁଁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy