STORYMIRROR

subhasree rout

Inspirational

4  

subhasree rout

Inspirational

ପ୍ରେରଣା

ପ୍ରେରଣା

1 min
384

ଏନ୍ତୁଡିରୁ ମଶାଣି ପର୍ଯ୍ୟନ୍ତ

ଲମ୍ବା ଯାତ୍ରା

ସବୁଠି ରହିଛି ଆଉ ରହିବ

ତୋର ମିଠା ମିଠା ଚିହ୍ନ।


      ଭରି ଦେଇଛି

      ପ୍ରାଣ ମୋ ଧମନୀରେ

      ତୋ ସ୍ତନରୁ ନିଗିଡ଼ି ପଡୁଥିବା

      ଜୀବନର ବିନ୍ଦୁ।


ଲୁହ ବୁନ୍ଦାକୁ ନିରବରେ 

ପିଇଯାଇଛି କେତେ ଥର

ତୋ ଓଠ ଆଉ ଗାଲ

କହିବା ଦରକାର ପଡେନି।


     ପେଟକୁ ଅଧା ରଖି

     ଖାଇବା ଦେଇଛୁ ମୋ ଅଧରରେ

     ନିଦକୁ ସବୁ ସଜାଡି ଦେଇଛୁ

     ଜହ୍ନ ମାମୁଁର ଗୀତ ସୁରେ।


ତୋର ଆବଶ୍ୟକତାକୁ ପଛକରି

ଆବଶ୍ୟକତା ପୂରଣ କରିଛୁ ମୋର

ସକାଳ ରୁ ରାତି ହୋଇଯାଏ

ମୋତେ ଖୁସି କରିବାରେ ତୋର।


     ଟିକେ କଷ୍ଟ ହେଲେ

     ଦୁଃଖ ଲାଗେ

     ଭାବିନିଏ ଏ ଦୁଃଖ ତ କିଛି ନୁହେଁ

     ତୋ ତ୍ୟାଗ ଆଗରେ। 


ଅଧିକ କାମ କରିବାକୁ ପଡେନି

ଯନ୍ତ୍ର ଯୁଗର ମାନବ ମୁଁ

ଟିକେ ରେ ଥକି ଯାଉଛି

ଭାବୁଛି ଏତେ ସବୁ କରୁଥିଲୁ କେମିତି।


   ଜୀବନର ପ୍ରେରଣା ନିଛକ ଭଲପାଇବା

   ଆଉ ତ୍ୟାଗର ସୁନାବ୍ୟ ଜଳଧାରା ତୁ

   ଯେଉଁ ସିନ୍ଧୁ ରେ ବହି ଯିବି 

   ମୁଁ ବିନ୍ଦୁଏ ହୋଇ ।


ସେମିତି ନାରୀ ଚରିତ୍ରକୁ

କୋଟି କୋଟି ପ୍ରଣାମ

ବୋଉ ଶବ୍ଦ ସର୍ବଦା

ସମ୍ମାନ ର ଯୋଗ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational